ପୌର ନିର୍ବାଚନ ସଂରକ୍ଷଣ ମାମଲା : ଆଜି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତାକାଲି ପୌର ନିର୍ବାଚନ ସଂରକ୍ଷଣ ମାମଲାରୁ ଶୁଣାଣି ସୁପ୍ରିମକୋର୍ଟରେ ହେବ । ବିଚାରପତି ଉମେଶ ଉଦୟ ଲଳିତ ଓ ବିଚାରପତି ସଂଜୟ କିଶୋର କୌଲ ରିଭ୍ୟୁ ପିଟିସନର ଶୁଣାଣି କରିବେ । ପ୍ରକାଶଥାଉକି, ପୌର ପରିଷଦ ଓ ମହାନଗର ନିଗମ ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ମାମଲାକୁ ଖାରଜ କରିବା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ । କୌଣସି ବି ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବନି ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ ରାୟ ଦେଇଥିଲେ । ପରେ ଅକ୍ଟୋsବର ମାସରେ ପୁଣି ଥରେ ରିଭ୍ୟୁ ପିଟିସନ ଦାୟର କରିଥିଲେ ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର