ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦ୍ବିମାସିକ ମୁଦ୍ରାନୀତି ଘୋଷଣା କରି ରେପୋ ହାରରେ ୦.୨୫% ହ୍ରାସ ଘୋଷଣା କରାଯାଇଛି। ଫଳରେ ରେପୋ ହାର ୬.୨୫%କୁ ଖସିଯାଇଛି। ଏହାଦ୍ବାରା ଘର, ଗାଡ଼ି ଏବଂ କୌଣସି ସାମଗ୍ରୀ କିଣିବା ପାଇଁ ଋଣ ନେଇଥିବା କିମ୍ବା ନେବାକୁ ଚାହୁଁଥିବା ଗ୍ରାହକମାନେ ଲାଭବାନ ହେବେ। ଋଣ ନେଇଥିବା ବ୍ୟକ୍ତିଙ୍କ ମାସିକ କିସ୍ତି (ଇଏମ୍ଆଇ) ବୋଝ ହାଲୁକା ହେବ। ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁଧ ହାର ହ୍ରାସ ଜରିଆରେ ମଧ୍ୟବିତ୍ତ ବର୍ଗଙ୍କୁ ରିଜର୍ଭ ବ୍ୟାଙ୍କ ବଡ଼ ଧରଣର ଆଶ୍ବସ୍ତି ପ୍ରଦାନ କରିଥିବା ବେଳେ ଚାଷୀଙ୍କ ପାଇଁ ଋଣ ହାସଲ ପ୍ରକ୍ରିୟା ସହଜ କରିଛି। କ୍ଷୁଦ୍ର ଚାଷୀଙ୍କ ପାଇଁ ବନ୍ଧକ ମୁକ୍ତ କୃଷି ଋଣ ସୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୧ ଲକ୍ଷ ୬୦ ହଜାର ଟଙ୍କା କରିଦେଇଛି। ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥାଗୁଡ଼ିକର ଋଣ ଆବଶ୍ୟକତା ପୂରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିୟମକୁ କୋହଳ କରାଯାଇଛି। ଭଲ ଏନ୍ବିଏଫ୍ସିକୁ ଋଣ ଦେବା ପାଇଁ ବ୍ୟାଙ୍କଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି। ଦେଶର ଅର୍ଥନୀତି ବିଷୟରେ ରିଜର୍ଭ ବ୍ୟାଙ୍କ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ଉପଭୋକ୍ତା ମୁଦ୍ରାସ୍ଫୀତି ହାର ୩.୨%-୩.୪% ଭିତରେ ରହିବ। ୨୦୧୯-୨୦ରେ ଜିଡିପି ଅଭିବୃଦ୍ଧି ୭.୪% ହେବ ବୋଲି ଏହା ଆକଳନ କରିଛି।
ସୁଧ କମାଇଲା ରିଜର୍ଭ ବ୍ୟାଙ୍କ
/sambad/media/post_attachments/wp-content/uploads/2019/02/sakti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)