ପୂର୍ବାଞ୍ଚଳର ୩ ଟି ରାଜ୍ୟରେ ଆସନ୍ତାକାଲି କେଉଁ ଦଳ ପାଳନ କରିବ ହୋଲି, ତ୍ରିପୁରାରେ ଫୁଟିବ ପଦ୍ମ?

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାରେ କିଏ ଗଢ଼ିବେ ସରକାର ଶନିବାର ଅପରାହ୍ଣରେ ଫଳାଫଳ ଆସିବ। ଏଥି ପାଇଁ ସକାଳ ୮ଟାରୁ ମତଗଣନା ଆରମ୍ଭ ହୋଇଯିବ ବୋଲି ନିର୍ବାଚନ ଆୟୋଗର ଅଧିକାରୀମାନେ ସୂଚନା ଦେଇଛନ୍ତି। ଗତ ଫେବ୍ରୁଆରି ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ମଦଦାନ ହୋଇଥିଲା। ନିର୍ବାଚନ ପରେ ଏକଜିଟ୍‌ ପୋଲ ସର୍ଭେ ରିପୋର୍ଟ ଅନୁସାରେ ଏହି ୩ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବ। ଏକଜିଟ୍‌ ପୋଲ ରିପୋର୍ଟରେ ତ୍ରିପୁରାରେ ବିଜେପି ସରକାର ଗଢ଼ିବ ବୋଲି କୁହାଯାଇଛି। ଏହି ରାଜ୍ୟରେ ବିଗତ ୨୦ ବର୍ଷ ହେବ ମାଣିକ ସରକାରଙ୍କ ନେତୃତ୍ୱରେ ବାମ ଦଳ ଶାସନ କରୁଛି।

ତ୍ରିପୁରାରେ ଗତ ଫେବ୍ରୁଆରି ୧୮ରେ ମତଦାନ ହୋଇଥିଲା। ସେହିପରି ନାଗାଲାଣ୍ଡ ଓ ମେଘାଳୟରେ ଫେବ୍ରୁଆରି ୨୭ରେ ମତଦାନ ହୋଇଥିଲା। ଏହି ୩ଟି ରାଜ୍ୟରେ ୬୦-୬୦ ସିଟ ରହିଛି କିନ୍ତୁ ରାଜନୈତିକ କାରଣ ଯୋଗୁଁ ୫୯-୫୯ ସିଟ୍‌ରେ ମତଦାନ ହୋଇଛି।

ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ୭୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଏକ ମତଦାନ କେନ୍ଦ୍ର ନିକଟରେ ଏନଡିପିପି ଓ ଏନପିଏଫ ମଧ୍ୟରେ ମୁହାଁମୁହିଁ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ନାଗାଲାଣ୍ଡର ଅକୁଲୁତୋସ୍ଥିତ ପୋଲିଂ ବୁଥରେ ଏନଡିପିପି-ଏନପିିଏଫ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ମେଘାଳୟରେ ୬୭ ପ୍ରତିଶତ ମତଦାନ ହୋଇଥିଲା।

ସମ୍ବନ୍ଧିତ ଖବର