ଜଣାପଡ଼ିଲା! ବିଶ୍ୱର ସବୁଠୁ ଧନୀବ୍ୟକ୍ତି ଜେଫ୍‌ ବେଜୋସ୍‌ କାହିଁକି ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀବ୍ୟକ୍ତି ଏବଂ ଆମାଜନ୍‌ ଡଟ୍‌ କମ୍‌ର ସଂସ୍ଥାପକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଜେଫ୍‌ ବେଜୋସ୍‌ ୨୫ ବର୍ଷର ବିବାହିତ ଜୀବନ ପରେ କାହିଁକି ପତ୍ନୀ ମ୍ୟାକ୍‌କେଞ୍ଜି ବୋଜେସ୍‌ଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରିଛି।

‘ନେସ୍‌ନାଲ୍‌ ଏନ୍‌କ୍ୱାରିଅର୍‌’ ରିପୋର୍ଟ ଅନୁସାରେ, ବେଜୋସ୍‌ ଏବଂ ତାଙ୍କ ପତ୍ନୀ ଛାଡ଼ପତ୍ର ଦେବାର କାରଣ ହେଉଛି ଜେଫ୍‌ଙ୍କର ହଲିଉଡ୍‌ ଟାଲେଣ୍ଟ୍‌ ଏଜେଣ୍ଟ୍‌ ପ୍ୟାଟ୍ରିକ୍‌ ଓ୍ଵିଟ୍‌ସେଲ୍‌ଙ୍କ ପତ୍ନୀ ଲୌରେନ୍‌ ସାଂସେଜ୍‌ଙ୍କ ସହ ଗୋପନ ସମ୍ପର୍କ।

ଉଭୟ ବେଜୋସ୍‌ ଏବଂ ସାଂସେଜ୍‌ ୮ ମାସ ହେବ ଭେଟାଭେଟି ହେଉଛନ୍ତି।

ରାଡାର୍‌ଅନ୍‌ଲାଇନ୍‌ େଓ୍ଵବ୍‌ସାଇଟ୍‌ ଅନୁସାରେ, ‘ଏନ୍‌କ୍ୱାରିୟର୍‌’ ୫ଟି ରାଜ୍ୟ ଏବଂ ୪୦ ହଜାର ମାଇଲ୍‌ ଯାଏଁ ଉଭୟଙ୍କୁ ଘରୋଇ ଜେଟ୍‌, ସ୍ୱାଙ୍କି ଲିମୋସ୍‌, ହେଲିକପ୍ଟର୍‌ ରାଇଡ୍‌, ରୋମାଣ୍ଟିକ୍‌ ହାଇକ୍‌, ପଞ୍ଚ-ତାରକା ହୋଟେଲ୍‌ ହାଇଡ୍‌େଓ୍ଵ, ଇଣ୍ଟିମେଟ୍‌ ଡିନର୍‌ ଡେଟ୍‌ ଏବଂ ଗୋପନ ସ୍ଥାନଗୁଡ଼ିକରେ ଥିବା ଦେଖିଥିଲା।

ଆମାଜନ୍‌ ଯୋଗୁଁ ୫୪ ବର୍ଷିୟ ଜେଫ୍‌ ବେଜୋସ୍‌ଙ୍କ ସମ୍ପତ୍ତି ୧୬୦ ବିଲିୟନ୍‌ ଡଲାର୍‌ ହୋଇ ପାରିଛି। ସମ୍ପ୍ରତି ଔପନ୍ୟାସିକା ହୋଇଥିବା ତାଙ୍କ ପତ୍ନୀ ୪୮ ବର୍ଷୀୟ ମ୍ୟାକ୍‌କେଞ୍ଜି ୧୯୮୪ ମସିହାରେ ଆମାଜନ ସ୍ଥାପନ ହେବାର ପ୍ରଥମ ବର୍ଷରେ ସେଥିରେ ଆକାଉଣ୍ଟିଙ୍ଗ୍‌ କରୁଥିଲେ।

ସମ୍ବନ୍ଧିତ ଖବର