ଏହି ଚଳଚ୍ଚିତ୍ର ପାଇଁ ଗିରଫ ହୋଇପାରନ୍ତି ରାମଗୋପାଳ ବର୍ମା, କାହିଁକି ଜାଣନ୍ତୁ

ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଦେଶର ଜଣେ ନିଆରା ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ଜଣାଶୁଣା । ବିଭିନ୍ନ ସମୟରେ ବିବାଦୀୟ ଚଳଚ୍ଚିତ୍ରମାନ ନିର୍ମାଣ କରି ସେ ଚର୍ଚ୍ଚାରେ ରହିଆସିଛନ୍ତି । ହିଂସା ଓ ନଗ୍ନତା ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ଭରି ରହିଥାଏ । କିନ୍ତୁ ଏଥରେ ସେ ସବୁ ସୀମା ଟପିଯାଇଥିବା କୁହାଯାଉଛି । ବିଦେଶୀ ପର୍ଣ୍ଣଷ୍ଟାର ମିଆ ମାଲକୋଭାଙ୍କୁ ନେଇ ସେ ଗଡ୍‌, ସେକ୍ସ ଏଣ୍ଡ ଟ୍ରୁଥ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ସେ ନଗ୍ନତାର ବହୁଳ ପ୍ରଦର୍ଶନ କରିବା ସହ ନାରୀମାନଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରାଯାଉଛି । ଏଥିପାଇଁ ନାରୀ ସଂଗଠନଗୁଡ଼ିକ ଏହାକୁ ପ୍ରବଳ ବିରୋଧ କରିଛନ୍ତି ଓ ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ପୁଲିସ ତାଙ୍କୁ ଥରେ ପଚରାଉଚୁରା କରିସାରିଛି । କୁହାଯାଉଛି ରାମଗୋପାଳ ଗିରଫ ମଧ୍ୟ ହେବାର ସମ୍ଭାବନା ରହିଛି ।

ତେବେ ଏହି ଚଳଚ୍ଚିତ୍ରରେ ଏପରି କଣ ରହିଛି ଯେ ଏତେ ବିରୋଧ କରାଯାଉଛି ଓ ରାମଗୋପାଳ ଜେଲ ମଧ୍ୟ ଯାଇପାରନ୍ତି ? ଗ୍ରେଟ୍‌ ଆନ୍ଧ୍ର ଖବରକାଗଜର ରିପୋର୍ଟ ସତ୍ୟ ହେଲେ ସେ ଜେଲ ଯିବା ନିଶ୍ଚିତ । କାରଣ ଏହି ଫିଲ୍ମଟିକୁ ଅଶ୍ଳିଳ ଫିଲ୍ମ ବୋଲି କୁହାଯାଉଛି । ଆହୁରି ମଧ୍ୟ ମିଆ ମାଲକଭାଙ୍କୁ ନେଇ ହାଇଦ୍ରାବାଦର ଏକ ତାରକା ହୋଟେଲରେ ସୁଟିଂ କରାଯାଇଛି । ଫିଲ୍ମଟି ବିଦେଶରେ ସୁଟିଂ ହୋଇଛି ବୋଲି ରାମଗୋପାଳ କହୁଥିବା କଥା ମିଛ, ଏହା ଭାରତରେ (ହାଇଦ୍ରାବାଦ)ରେ ହିଁ ସୁଟିଂ ହୋଇଛି ଓ ଏନେଇ ତାଙ୍କ ପାଖରେ ପ୍ରମାଣ ରହିଥିବା ଜଣେ ସ୍ୱେଚ୍ଛାସେବୀ କହିଛନ୍ତି । ଭାରତରେ ପର୍ଣ୍ଣୋଗ୍ରାଫିକ୍‌ ଫିଲ୍ମ ନିର୍ମାଣ କରିବା ବେଆଇନ ହୋଇଥିବାରୁ ସେ ଗିରଫ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର