ଭାରତର ସବୁଠାରୁ ଧନୀ ସାଂସଦଙ୍କୁ ପୁଣି ଟିକେଟ୍‌ ଦେଲା ଟିଡିପି

ଗୁଣ୍ଟୁର: ଭାରତର ସବୁଠାରୁ ଧନୀ ସାଂସଦ ଗଲ୍ଲା ଜୟଦେବଙ୍କୁ ପୁଣି ଥରେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଗୁଣ୍ଟୁରରୁ ଟିକେଟ୍‌ ଦେଇଛି। ଜୟଦେବ ୨୦୧୪ ଲୋକସଭା ନିର୍ବାଚନ ସମୟରେ ନିଜର ମୋଟ  ସଂପତ୍ତିର ମୂଲ୍ୟ ୬୨୦ କୋଟି ଟଙ୍କା ବୋଲି ଜଣାଇଥିଲେ। ସେ ଦେଶର ସବୁଠାରୁ ଧନୀ ସାଂସଦ ବୋଲି ଚର୍ଚ୍ଚାକୁ ଆସିଥିଲେ। ଅମର ରାଜା ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଗଲ୍ଲା ଜୟଦେବ ଗତ ନିର୍ବାଚନରେ ଓ୍ଵାଇଏସ୍‌ଆର କଂଗ୍ରେସ ପାର୍ଟି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ।

ଟିଡିପି ପକ୍ଷରୁ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷିତ ହେବା ପରେ ଗୁଣ୍ଟୁର ଆସନରୁ ପୁଣି ଜୟଦେବ ଲଢିବେ  ବୋଲି ଜଣାଯାଇଛି। ଅପରପକ୍ଷରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶୋକ ପତି ରାଜୁଙ୍କୁ ଦଳ ବିଜୟନଗରମ୍‌ ଆସନରୁ ଟିକେଟ୍‌ ଦେଇଛନ୍ତି। ତେବେ ଗତ ନିର୍ବାଚନରେ ଏନଡିଏ ସହିତ ମେଣ୍ଟ କରି ନିର୍ବାଚନ ଲଢିଥିଲା ଟିଡିପି । ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ଟିଡିପି ଏନଡିଏରେ ନ ଥିବା ହେତୁ ଭାରତର ସବୁଠାରୁ ଧନୀ ସାଂସଦ ଗଲ୍ଲା ଜୟଦେବ ନିର୍ବାଚନ ଜିତିବା କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର