ତୀବ୍ର ହେଲା ସିବିଆଇର ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ମଧ୍ୟରେ ବିବାଦ 

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସିବିଆଇର ଏବେ ସବୁକିଛି ଠିକ ଚାଲିନାହିଁ । ସିବିଆଇର ଦୁଇ ସର୍ବୋଚ୍ଚ ଅଧିକାରୀ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ତାନାଙ୍କ ମଧ୍ୟରେ ବିବାଦ ଏବେ ତୀବ୍ରରୂପ ଧାରଣ କରି ସରକାରଙ୍କ ନିକଟରେ ପହଞ୍ଚିଲାଣି । ମୋଇନ କ୍ୟୁରେସୀ ମାମଲାରେ ଲାଞ୍ଚ ନେଇଥିବା ଅଭିଯୋଗ କରି ସିବିଆଇ ଅସ୍ତାନାଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛି । କିନ୍ତୁ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଇଙ୍ଗିତରେ ତାଙ୍କୁ ହଇରାଣ କରିବାକୁ ଏହା କରାଯାଇଥିବା ଅସ୍ତାନା ଅଭିଯୋଗ କରିଛନ୍ତି । ଆଇଏନଏକ୍ସ ମିଡିଆ ଓ ଏୟାରସେଲ ମାକ୍ସିସ ଡିଲ ଦୁର୍ନୀତିର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ତଦନ୍ତ ପ୍ରକ୍ରିୟାରେ ଆଲୋକ ବର୍ମା ହସ୍ତକ୍ଷେପ କରୁଥିବା  ଅସ୍ତାନା ପୂର୍ବରୁ କ୍ୟାବିନେଟ ସେକ୍ରେଟେରୀ ଓ ସେଣ୍ଟାଲ ଭିଜିଲାନ୍ସ କମିଶନ (ସିଭିସି)ରେ ଅଭିଯୋଗ କରିଥିଲେ । କଥା ନ ମାନିବାରୁ  ବର୍ମା ତାଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ଅସ୍ତାନା ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର