ଡାଏନା ହେଡେନ୍‌ଙ୍କ ବିଷୟରେ ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ

ଅଗରତାଲା: ୧୯୯୭ ମସିହା ‘ମିସ୍‌ ଓ୍ଵାଲ୍‌ର୍ଡ୍‌’ ବିଭୂଷୀତା ଡାଏନା ହେଡେନ୍‌ଙ୍କ ଯୋଗ୍ୟତା ବିଷୟରେ ପ୍ରଶ୍ନ ଉଠାଇ ଏବଂ ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାକୁ ପ୍ରହସନ ବୋଲି କହିବା ପରେ ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଦୁଃଖ ପ୍ରକାଶ କରିଛନ୍ତି।

ଶୁକ୍ରବାର ଦିନ ସେ ସାମ୍ବାଦିକମାନଙ୍କ କହିଲେ ଯେ, ମୁଁ ରାଜ୍ୟର ହସ୍ତତନ୍ତ ଉନ୍ନତ ବିପଣନ ବିଷୟରେ କହୁଥିଲି। ଯଦି କେହି ଆଘାତ କିଂବା ଅସମ୍ମାନିତ ବୋଧ କରି ଥାଆନ୍ତି ମୁଁ ସେଥି ପାଇଁ ଦୁଃଖୀତ। ସବୁ ମହିଳାଙ୍କୁ ମୁଁ ମୋ ମା’ ପରି ସମ୍ମାନ ଦିଏ।

ସେ କହିଥିଲେ କି, ଡାଏନା ହେଡେନ୍‌ ଜିଣିଥିବା ୧୯୯୭ ମସିହା ମିସ୍‌ ଓ୍ଵାର୍ଲଡ୍‌ ପ୍ରତିଯୋଗିତା ବିଜୟ ବିଚାର ପ୍ରକ୍ରିୟା ବୁଝିବାକୁ ମୁଁ ଅସଫଳ ହୋଇଥିଲି।

ତାଙ୍କର ମନ୍ତବ୍ୟ ଯୋଗୁଁ ସମାଜର ସବୁ ବର୍ଗର ଲୋକଙ୍କ ଦ୍ୱାରା ସେ ସମାଲୋଚିତ ହୋଇଥିଲେ। ସାମାଜିକ କର୍ମୀ ତଥା ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସର୍କାରଙ୍କ ପତ୍ନୀ ପାଞ୍ଚାଳୀ ଭଟ୍ଟାଚାର୍ଯି କହିଲେ ଯେ ଦେବଙ୍କ ମନ୍ତବ୍ୟ ଅପ୍ରତ୍ୟାଶିତ।

ତ୍ରିପୁରାର ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗୀ ମମିତା ଦେବବର୍ମା କହନ୍ତି: ଆମ ମୁଖ୍ୟମନ୍ତ୍ରୀ ଏମିତି ମନ୍ତବ୍ୟ ଦେବା ଲଜ୍ଜାର କଥା।

ସମ୍ବନ୍ଧିତ ଖବର