ମୋଦୀଙ୍କୁ ଟାର୍ଗେଟ କଲେ ରିତେଶ ଦେଶମୁଖ୍‌, କହିଲେ; ଦେଶକୁ ବିଜେପି ନୁହେଁ କଂଗ୍ରେସ ସ୍ୱାଧୀନତା ଆଣି ଦେଇଥିଲା

ନୂଆଦିଲ୍ଲୀ : ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ଅଭିନେତା ରିତେଶ ଦେଶମୁଖ୍‌ ମୋଦୀ ସରକାର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି । ମୋଦୀଙ୍କ ୫୬ଇଞ୍ଚର ଛାତିର ବୟାନକୁ ସମାଲୋଚନା କରି ଲୋକେ ୫୬ଇଞ୍ଚର ଗୋଦ୍ରେଜ୍‌ ଆଲମାରୀ କିଣନ୍ତି ବୋଲି କହିଥିଲେ ରିତେଶ । ଲୋକମାନଙ୍କୁ ସମ୍ବୋଧନ କରି, ମୋଦୀ ୫୬ଇଞ୍ଚର ଛାତି ଥିବା ନେଇ ଦାବି କରୁଛନ୍ତି । କିନ୍ତୁ ଥରେ ପ୍ରିୟଙ୍କା ଗାନ୍ଧୀ କହିଥିଲେ, ଦେଶକୁ ୫୬ଇଞ୍ଚର ଛାତି ନୁହେଁ ବରଂ ଭଲ ହୃଦୟ ଦରକାର ।

Filmfare

ମୋତେ ଶୁଣି ଆଶ୍ଚର୍ଯ୍ୟ ଲାଗେ କି, ୫୬ଇଞ୍ଚର ଛାତି କେମିତି ହୋଇଥାଏ? ଲୋକେ ତ ୫୬ଇଞ୍ଚର ଗୋଦ୍ରେଜ୍‌ ଆଲମାରୀ କିଣନ୍ତି । ୫୬ଇଞ୍ଚର ଛାତି ଦେଶର ଭବିଷ୍ୟତ ବଦଳାଇ ପାରିବନି । ଆଜି କଂଗ୍ରେସ ପାଇଁ ଲୋକଙ୍କ ପାଖରେ ମୋବାଇଲ ଫୋନ ରହିଛି । ଲୋକେ କମ୍ପ୍ୟୁଟରର ବ୍ୟବହାର କରି ପାରୁଛନ୍ତି । ଦେଶକୁ ବିଜେପି ନୁହେଁ ବରଂ କଂଗ୍ରେସ ସ୍ୱାଧୀନତା ଆଣି ଦେଇଥିଲା ବୋଲି କହିଥିଲେ ରିତେଶ । ତାଙ୍କର ଏଭଳି ବୟାନ ପରେ ବିଜେପି ସମର୍ଥକମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର