ଷ୍ଟଡି ଟୁର୍‌ରେ ଯୁବତୀଙ୍କୁ ଟାଣି ନିଜ ସହ ନାଚିବା ପାଇଁ ବାଧ୍ୟ କରୁଥିଲେ ଆର୍‌ଜେଡି ବିଧାୟକ, ଭାଇରାଲ ହେଲା ଭିଡିଓ

ଇମ୍ଫାଲ : ମଣିପୁରର ମୋରେ ସହରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ୟେଦୁବଂଶ କୁମାର ଯାଦବ ଜଣେ ଯୁବତୀଙ୍କୁ ଟାଣି ନିଜ ସହ ନାଚିବା ପାଇଁ ବାଧ୍ୟ କରୁଥିବାର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହୋଇଛି । ଷ୍ଟଡି ଟୁର୍‌ରେ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି ।

ଭାଇରାଲ ହୋଇଥିବା ଭିଡିଓରେ, କିଛି ବିଧାୟକ ମଦ ପିଇ ନାଚୁଥିବାର ଦେଖା ଯାଇଛି । ୩-୪ଜଣ ବ୍ୟକ୍ତି ଜଣେ ଯୁବତୀଙ୍କୁ ଘେରି ରହିଥିବା ବେଳେ ବିଧାୟକ ୟେଦୁବଂଶ କୁମାର ଯୁବତୀଙ୍କୁ ଟାଣି ଟାଣି ନଚାଉଛନ୍ତି । ଯୁବତୀଜଣଙ୍କ ବିଧାୟକ ୟେଦୁବଂଶ କୁମାରଙ୍କ ହାତ କାଢ଼ି ଦେଉଥିବା ବେଳେ ବିଧାୟକ ୟେଦୁବଂଶ କୁମାର ଯୁବତୀଙ୍କୁ ନିଜ ଆଡ଼କୁ ଟାଣି ପୁଣି ନାଚୁଥିବାର ଦେଖା ଯାଇଛି । ଏହା ସହ ନାଚ ମଧ୍ୟରେ ବିଧାୟକଜଣଙ୍କ ଯୁବତୀଙ୍କୁ କିଛି ପିଇବାକୁ ଦେଇଥିବା ମଧ୍ୟ ଦେଖିବାକୁ ମିିଳିଛି । ଭାଇରାଲ ହୋଇଥିବା ଫଟୋରେ ଆଉ ଜଣେ ବିଧାୟକ ଯୁବତୀଙ୍କୁ ନିଜ କୋଳରେ ବସାଇଥିବା ଦେଖା ଯାଇଛି । ଏଭଳି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ଲୋକେ ବିଧାୟକମାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର