ବରିଷ୍ଠ କଂଗ୍ରେସ ନେତା ଆର୍‌କେ ଧାଓ୍ଵନଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର କେ ଧାଓ୍ଵନଙ୍କର ଆଜି ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦିଲ୍ଲୀ ସ୍ଥିତ ବିଏଲ୍‌ କପୁର ହସ୍ପିଟାଲ୍‌ରେ ଆଜି ସନ୍ଧ୍ୟା ୭ଟା ସମୟରେ ଧାଓ୍ଵନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅତୀବ ବିଶ୍ୱସ୍ତ ଥିବା ଧାଓ୍ଵନ୍‌ଙ୍କୁ ବୟସାଧିକ୍ୟ ରୋଗବ୍ୟାଧି ହେତୁ ଗତ ମଙ୍ଗଳବାର ଦିନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବହୁ ରାଜନେତା ଏବଂ ମନ୍ତ୍ରୀମାନେ ଟ୍ଵିଟର ମାଧ୍ୟମରେ ଏହି ବରିଷ୍ଠ ନେତାଙ୍କୁ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର