ଏୟାର ମାର୍ସାଲ ଆରକେଏସ ଭାଦୁରିଆ ହେବେ ଭାରତୀୟ ବାୟୁସେନାର ପରବର୍ତ୍ତି ମୁଖ୍ୟ

ନୂଆଦିଲ୍ଲୀ : ଏୟାର ମାର୍ସାଲ ଆରକେଏସ ଭାଦୁରିଆ ଭାରତୀୟ ବାୟୁସେନାର ପରବର୍ତ୍ତି ମୁଖ୍ୟ ହେବ । ସେ ଏବେ ବାୟୁସେନାର ଉପମୁଖ୍ୟ ଅଛନ୍ତି । ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ବିଏସ ଧାନୋଆ ଆସନ୍ତା ୩୦ ତାରିଖରେ ଅବସର ଗ୍ରହଣ କରୁଛନ୍ତି । ତେବେ ରୋଚକ ବିଷୟ ହେଉଛି ଧାନୋଆ ଯେଉଁ ଦିନ ଅବସର ଗ୍ରହଣ କରୁଛନ୍ତି ସେହିଦିନ ଅର୍ଥାତ ୩୦ରେ ଭାଦୁରିଆ ମଧ୍ୟ ଅବସର ଗ୍ରହଣ କରିବାର ଥିଲା । କିନ୍ତୁ ସରକାର ତାଙ୍କୁ ବାୟୁସେନା ମୁଖ୍ୟ କରିବା ସହ ତାଙ୍କ କାର୍ଯ୍ୟକାଳକୁ ଆଉ ୨ ବର୍ଷ ବଢେଇ ଦେଇଛନ୍ତି ।

ଜୁନ ୧୯୮୦ରେ ଜଣେ ଲଢୁଆ ପାଇଲଟ ଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ଏୟାର ମାର୍ସାଲ ଆରକେଏସ ଭାଦୁରିଆ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ଓ ଷ୍ଟାଫରେ କାମ କରିଛନ୍ତି । ପୁଣେ ସ୍ଥିତ ନାସନାଲ ଡିଫେନ୍ସ ଏକାଡେମୀର ଛାତ୍ର ଭାଦୁରିଆ ଅତି ବିଶିଷ୍ଟ ସେବା ମେଡାଲ, ବାୟୁ ସେନା ମେଡାଲ ମଧ୍ୟ ପାଇଛନ୍ତି ।

ସମ୍ବନ୍ଧିତ ଖବର