କଂଗ୍ରେସ ସହ ହାତ ମିଳାଇବ ଆର୍‌ଏଲ୍‌ଡି!

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ପରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ପୁଣି ଥରେ ହାତ ମିଳାଇ ଐତିହାସିକ ମେଣ୍ଟ ଘୋଷଣା କରିଥିବା ବେଳେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି) ମଧ୍ୟ ସପା-ବସପା ମେଣ୍ଟରେ ସ୍ଥାନ ପାଇନଥିବାରୁ ଏବେ କଂଗ୍ରେସ ସହ ଏହି ଦଳର ମେଣ୍ଟ ହେବା ସମ୍ଭାବନା ବଳବତ୍ତର ହୋଇଛି। ଆରଏଲ୍‌ଡି ନେତାମାନେ ରାଜ୍ୟ କଂଗ୍ରେସର ନେତାଙ୍କ ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି। ସପା-ବସପା ମେଣ୍ଟରୁ ବାହାର ହୋଇଥିବା କଂଗ୍ରେସ ନିକଟରେ ଏବେ ଆରଏଲ୍‌ଡି ସହିତ ହାତ ମିଳାଇବା ବ୍ୟତୀତ ଅନ୍ୟ ପନ୍ଥା ମଧ୍ୟ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର