ବୁଧବାର ରାତିରୁ ୬ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ରେଲେଓ୍ଵ କମ୍ପ୍ୟୁଟରାଇଜ୍‌ଡ ରିଜର୍ଭେସନ ସିଷ୍ଟମ୍‌ ବନ୍ଦ ରହିବ

ନୂଆଦିଲ୍ଲୀ : ଆସନ୍ତା ମେ’ ୨ ତାରିଖ ରାତିରୁ ୬ ଘଣ୍ଟା ପର୍ଯ୍ୟନ୍ତ ସାରା ଦେଶରେ ରେଲେଓ୍ଵ କମ୍ପ୍ୟୁଟରାଜ୍‌ଡ ରିଜର୍ଭେସନ୍‌ ସିଷ୍ଟମ୍‌ (ରେଲବାଇ କମ୍ପ୍ୟୁଟରୀକୃତ ଆରକ୍ଷଣ ପଦ୍ଧତି) ବନ୍ଦ ରହିବ। ଏହାଦ୍ୱାରା ରେଳ ଟିକେଟ ମିଳିପାରିବନି। କେବଳ ଏତିତି ନୁହେଁ ରେଲେଓ୍ଵର ୧୩୯ ନମ୍ବରରୁ କୌଣସି ପ୍ରକାର ସୂଚନା ମଧ୍ୟ ଉପଲବ୍ଧ ହୋଇପାରିବନି। କରେଣ୍ଟ୍‌ ଟିକେଟ ମଧ୍ୟ ମିଳିପାରିବନି। ସୁତ୍ର ଅନୁସାରେ ଭାରତୀୟ ରେଳବାଇ କମ୍ପ୍ୟୁଟରୀକୃତ ଆରକ୍ଷଣ ପଦ୍ଧତିକୁ ଅପ୍‌ଗ୍ରେଡ୍‌ କରିବ। ସେଥିପାଇଁ ମେ’ ୨ ତାରିଖ ରାତି ୧୦.୪୫ରୁ ମେ’ ୩ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରେଳବାଇ କମ୍ପ୍ୟୁଟରିକୃତ ଆରକ୍ଷଣ ପଦ୍ଧତି କାର୍ଯ୍ୟ କରିବ ନାହିଁ। ଯାତ୍ରୀମାନେ ରେଳବାଇ କମ୍ପ୍ୟୁଟରିକୃତ ଆରକ୍ଷଣ ପଦ୍ଧତି ଦ୍ୱାରା ଅନଲାଇନ୍‌ କରେଣ୍ଟ ଟିକେଟ୍‌ ଓ ସାଧାରଣ ଆରକ୍ଷଣ ଟିକେଟ୍‌ ବୁକ୍‌ କରାଇଥାନ୍ତି। ଏହି ସିଷ୍ଟମ୍‌ ଦ୍ୱାରା ଓ୍ଵଟିଙ୍ଗ୍‌ ଟିକେଟ୍‌ କନ୍‌ଫର୍ମ ହେବା ତଥା ଟ୍ରେନ୍‌ ଚଳାଚଳର ସମୟ ସମ୍ପର୍କରେ ବିବରଣୀ ଉପଲବ୍ଟ ହୋଇଥାଏ। ଯାତ୍ରୀମାନଙ୍କ ସୁବିଧା ପାଇଁ ସିଷ୍ଟମ୍‌ ଅପଗ୍ରେଡ୍‌ କରାଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର