ମଧ୍ୟପ୍ରଦେଶର ରାସ୍ତା ସବୁ କୈଳାସ ବିଜୟବର୍ଗିୟାଙ୍କ ଗାଲ ପରି ସେଗୁଡ଼ିକୁ ହେମା ମାଳିନୀଙ୍କ ଗାଲ ପରି କରିବି: ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟର ରାସ୍ତାଘାଟର ଅବସ୍ଥାକୁ ବିଜେପିର ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗିୟାଙ୍କ ଗାଲ ସହ ତୁଳନା କରି ମଧ୍ୟପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ପି ସି ଶର୍ମା ମଙ୍ଗଳବାର ଦିନ କହିଛନ୍ତି ଯେ ଶାସକ କଂଗ୍ରେସ ସରକାର ସେଗୁଡ଼ିକୁ ଅଭିନେତ୍ରୀ ଓ ଲୋକସଭା ସାଂସଦ ହେମା ମାଳିନୀଙ୍କ ଗାଲ ପରି କରିବେ। ଏଥିଯୋଗୁଁ ପୁଣି ଏକ ବିବାଦର ସୂତ୍ରପାତ ହୋଇଛି।

ପବ୍ଲିକ୍‌ ଓ୍ଵାର୍କସ୍‌ ଡିପାର୍ଟମେଣ୍ଟ୍‌ର ମନ୍ତ୍ରୀ ସଜ୍ଜନ ବର୍ମାଙ୍କ ସହ ଶର୍ମା ଭୋପାଳର ହବିବ୍‌ଗଞ୍ଜ ଅଞ୍ଚଳର ରାସ୍ତାଘାଟର ଅବସ୍ଥା ସମୀକ୍ଷା କରିବା ବେଳେ କହିଲେ ଯେ ରାସ୍ତା ସବୁ ବିଜୟବର୍ଗିୟାଙ୍କ ଗାଲ ପରି ହୋଇଥିବାରୁ ପ୍ଲାଷ୍ଟିକ୍‌ ସର୍ଜରି ଆବଶ୍ୟକ।

Image Source: Times Now

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ଦୁଇ ବର୍ଷ ତଳର ମନ୍ତବ୍ୟ ‘‘ମଧ୍ୟପ୍ରଦେଶର ରାସ୍ତା ଓ୍ଵାସିଂଟନ୍‌ର ରାସ୍ତାଠାରୁ ଉନ୍ନତ’କୁ ସମାଲୋଚନା କରି ଶର୍ମା କହିଲେ, ମଧ୍ୟପ୍ରଦେଶର ରାସ୍ତାଗୁଡ଼ିକ ଓ୍ଵାସିଂଟନ୍‌ର ରାସ୍ତା ଭଳି ନିର୍ମିତ ହୋଇଥିଲା। ଏବେ ସେ ରାସ୍ତାଘାଟର ହେଲା କ’ଣ? ପ୍ରବଳ ବର୍ଷା ପରେ ସବୁ ଆଡ଼େ ଖାଲଖମା। ବର୍ତ୍ତମାନ ଅବସ୍ଥା ବସନ୍ତ ଚିହ୍ନ ପରି। ମନେହୁଏ ରାସ୍ତାର ଅବସ୍ଥା କୈଳାସ ବିଜୟବର୍ଗିଙ୍କ ଗାଲ ପରି ହୋଇ ଯାଇଛି।

୧୫ ଦିନ ମଧ୍ୟରେ ଏହି ରାସ୍ତାସବୁ ମରାମତି କରି ହେମା ମାଳିନୀଙ୍କ ଗାଲ ଭଳି କରିଦିଆଯିବ।

ସମ୍ବନ୍ଧିତ ଖବର