ଚେନ୍ନାଇ ରେସ୍ତୋରାଁରେ ଖାଦ୍ୟ ପରସୁଛନ୍ତି ରୋବୋଟ୍‌

ଚେନ୍ନାଇ: ଦେଶରେ ପ୍ରଥମ ଥର ଲାଗି ଚେନ୍ନାଇର ଏକ ରେସ୍ତୋରାଁରେ ରୋବୋଟ୍‌ମାନେ ଖାଦ୍ୟ ପରସୁଛନ୍ତି। ଚେନ୍ନାଇରେ ଅବସ୍ଥିତ ଚାଇନିଜ ରେସ୍ତୋରାଁ ‘ମୋମୋ’ ଏହାର ନିଆାରା ସୁସ୍ୱାଦୁ ଖାଦ୍ୟ ପାଇଁ ବେଶ୍‌ ଲୋକପ୍ରିୟ ହୋଇଥିବାବେଳେ ଏବେ ଏହି ରେସ୍ତୋରାଁରେ ରୋବୋଟ୍‌ଙ୍କୁ ନିୟୋଜିତ କରାଯିବା ପରେ ଏହା ବିଶ୍ୱର ସର୍ବାଧୁନିକ ହାଇଟେକ୍‌ ରେସ୍ତୋରାଁରେ ପରିଣତ ହୋଇଛି। ଏବେ ଏହି ରେସ୍ତୋରାଁର ନାମ ‘ରୋବୋଟ୍‌’ ରଖାଯାଇଛି। ଚେନ୍ନାଇ ପୁରୁଣା ମହାବଳିପୁରମ ରୋଡ୍‌ (ଓଏମଆର)ରେ ଥିବା ଏହି ରୋବୋଟ ରେସ୍ତୋରାଁ ସମ୍ପୂର୍ଣ୍ଣ ଭାବେ ରୋବୋଟ୍‌ ଥିମ୍‌ରେ ନିର୍ମାଣ ହୋଇଛି ଏବଂ ୪ଜଣ ରୋବୋଟ୍‌ ଏଠାରେ େଓ୍ଵଟର ସାଜି ଅତିଥିଙ୍କୁ ଖାଦ୍ୟ ପରସୁଛନ୍ତି। ଦେଶରେ ଏଭଳି ରେସ୍ତୋରାଁ ପ୍ରଥମ। ଏହି ରେସ୍ତୋରାଁର ନିର୍ମାତା ହେଉଛନ୍ତି ଭେଙ୍କଟେଶ ରାଜେନ୍ଦ୍ରନ ଏବଂ କାର୍ତ୍ତିକ କାନ୍ନନ। ସ୍ୱତନ୍ତ୍ର ଥାଇ ଏବଂ ଚାଇନିଜ୍‌ ଖାଦ୍ୟ ଖାଇବାଲାଗି ଏଠାରେ ଆଦୌ କିଛି କହିବାକୁ ପଡ଼ିବନି। ପ୍ରତ୍ୟେକ ଟେବଲରେ ଥିବା ଫୋନ୍‌ ଟ୍ୟାବ୍‌ରୁ ହିଁ ଜଣେ ଖାଦ୍ୟ ଅର୍ଡର କରିପାରିବେ। ଅର୍ଡର ସିଧାସଖଳ ରନ୍ଧନଶାଳାକୁ ଯିବ ଏବଂ ଖାଦ୍ୟ ପ୍ରସ୍ତୁତ ହୋଇଗଲେ ରୋବୋଟ୍‌ ମାନେ ଆସି ଖାଦ୍ୟ ପରସିବେ। ଏହି ରୋବୋଟ୍‌ଗୁଡ଼ିକ ବ୍ୟାଟେରି ପରିଚାଳିତ ଏବଂ ସେନସର ଦ୍ୱାରା ଏଗୁଡ଼ିକୁ ନିୟନ୍ତ୍ରଣ କରାଯାଉଛି।

ସମ୍ବନ୍ଧିତ ଖବର