ହସ୍ପିଟାଲରେ ରବର୍ଟ ଭଦ୍ରା, ସ୍ବାମୀଙ୍କ ସହ ସାରା ରାତି ରହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜାମାତା ତଥା କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଗତକାଲି ସନ୍ଧ୍ୟାରେ ନୋଏଡ଼ାସ୍ଥିତ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ରବର୍ଟ ଭଦ୍ର ତାଙ୍କ ପିଠି ଓ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ନୋଏଡା ସେକ୍ଟର-୧୧ସ୍ଥିତ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବର୍ଟ ଭଦ୍ରଙ୍କୁ ହସ୍ପିଟାଲର ପ୍ରଥମ ମହଲାରେ ଥିବା ଭିଆଇପି ୱାର୍ଡରେ ଭର୍ତ୍ତି କରାଯାଇଛି।

ରବର୍ଟ ଭଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ସ୍ତ୍ରୀ ସନ୍ଧ୍ୟା ୭ଟା ୩୦ରେ ମଧ୍ୟ ଉକ୍ତ ହସ୍ପିଟାଲରେ ପହଞ୍ଚିଥିଲେ । ପ୍ରିୟଙ୍କା ଗାନ୍ଧୀ ଭଦ୍ର ହସ୍ପିଟାଲରେ କିଛି ସମୟ ରହିବା ପରେ ସେଠାରୁ ଚାଲି ଆସିଥିଲେ, ମାତ୍ର ପୁଣି ଥରେ ହସ୍ପିଟାଲ ପହଞ୍ଚି ଥିଲେ । ଏହା ପରେ ପ୍ରିୟଙ୍କା ସ୍ବାମୀ ରବର୍ଟଙ୍କ ସହ ସାରା ରାତି ହସ୍ପିଟାଲରେ ବିତାଇଥିବା ଜଣାଯାଇଛି । ରବର୍ଟଙ୍କ ଚିକିତ୍ସା ମେଟ୍ରୋ ହସ୍ପିଟାଲରେ ଜାରି ରହିଥିବା ଜଣାଯାଇଛି।

Image result for robert-vadra
image source-the hindu

ସୂଚନାଯୋଗ୍ୟ, ବେଆଇନ୍ ଅର୍ଥ କାରବାର ଅଭିଯୋଗରେ ରବର୍ଟ ଭଦ୍ରା ଫସିଥିବା ବେଳେ ଏବେ ତାଙ୍କୁ ଅଗ୍ରିମ ଜାମିନ୍ ମିଳିଥିଲା । ଅଦାଲତର ଅନୁମତି ବିନା ସେ ଦେଶ ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇ ତାଙ୍କୁ ଗିରଫ କରାଯାଇ ନାହିଁ । ତେବେ ଗତ ଜୁନ୍ ମାସରେ ରବର୍ଟ ଭଦ୍ରା ନିଜର ଚିକିତ୍ସା ବିଦେଶରେ କରିବାକୁ ଚାହୁଁଥିବା ବେଳେ ଅଦାଲତ ପକ୍ଷରୁ ତାଙ୍କୁ ୬ମାସ ପାଇଁ ବିଦେଶ ଯିବାକୁ ଅନୁମତି ମିଳିଥିଲା ।

ସମ୍ବନ୍ଧିତ ଖବର