ପୁଣି ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେଲେ ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରା । ଇଡି ଅଧିକାରୀ ଆବଶ୍ୟକୀୟ କାଗଜ ପତ୍ର ଓ ତଥ୍ୟ ସହ ରବର୍ଟ ଭଦ୍ରାଙ୍କୁ ଜେରା କରିବ । ଇଡିର ୩ଜଣ ବରିଷ୍ଠ ଅଧିକାରୀ ଏହି ଜେରାରେ ସାମିଲ ହୋଇଛନ୍ତି । ଗତକାଲି ପ୍ରାୟ ୬ ଘଣ୍ଟା ଧରି ରବର୍ଟ ଭଦ୍ରାଙ୍କୁ ଜେରା କରିଥିଲା ଇଡି ।

ଇଡି ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରପର୍ଟି ନେଇ ରବର୍ଟ ଭଦ୍ରା ସଞ୍ଜୟ ଭଣ୍ଡାରୀଙ୍କ ସମ୍ପର୍କୀୟ ସୁମିତ ଚଢାଙ୍କୁ ଇ-ମେଲ କରିଥିଲେ । ସୁମିତ ଚଢା ବି ସଞ୍ଜୟ ଓ ରବର୍ଟଙ୍କୁ ଇ-ମେଲ କରିଥିଲେ । ଏହାକୁ ନେଇ ଇଡି, ରବର୍ଟଙ୍କୁ ଆଜି ଜେରା କରିପାରେ । ଜେରା ବେଳେ ଇ-ମେଲର କପି ଦେଖାଇପାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଇଡି ଦାବି କରିଛି କି, ଏଜେନ୍‌ସି ରବର୍ଟ ଭଦ୍ରାଙ୍କ ସବୁ ଇ-ମେଲକୁ ଟ୍ରାକ କରିଛି । ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀ କୋର୍ଟ ରବର୍ଟଙ୍କ ଗିରଫଦାରୀ ଉପରେ ୧୬ ଫେବୃଆରି ଯାଏଁ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଇଡି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର