ଜୟପୁର ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ୍‌ରେ ରବର୍ଟ ଭଦ୍ରା ଓ ତାଙ୍କ ମାଆ ମୌରିନ୍‌ଙ୍କୁ ଛାଡ଼ି ଆସିଲେ ପ୍ରିୟଙ୍କା ଗାନ୍ଧୀ

ଜୟପୁର: ବିକାନେର୍‌ ଜମି ଦୁର୍ନୀତି ମାମଲା ସଂକ୍ରାନ୍ତରେ ପଚରା ଉଚୁରା ଲାଗି ରବର୍ଟ ଭଦ୍ରା ଓ ତାଙ୍କ ମାଆ ମୌରିନ୍‌ ଭଦ୍ରା ଜୟପୁରସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି। ଆଜି ସକାଳେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସେମାନେ ସେଠାରେ ପହଞ୍ଚିଛନ୍ତି।

ଗତ ସପ୍ତାହରେ ମଧ୍ୟ ପ୍ରିୟଙ୍କା ଗାନ୍ଧୀ ରବର୍ଟ ଭଦ୍ରାଙ୍କୁ ନେଇ ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ଛାଡ଼ି ଆସିଥିଲେ। ସେଠାରେ ତାଙ୍କୁ ଅନ୍ୟ ଏକ ସମ୍ପତ୍ତି ବାବଦରେ ପଚରା ଉଚୁରା କରାଯାଇଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟ ଠାରୁ ସମନ୍‌ ପାଇବା ପରେ ଭଦ୍ରା ସୋମବାର ଦିନ ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚି ଥିଲେ। ବିକାନେଣ୍‌ ଜିଲ୍ଲା ଅନ୍ତର୍ଗତ କୋଲାୟତ୍‌ ସବ୍‌ଡିଭିଜନ୍‌ରେ ଥିବା ୨୭୫ ଏକର ଜମି ଦୁର୍ନୀତି ମାମଲାରେ ତାଙ୍କୁ ପଚରା ଉଚୁରା କରାଯିବ।

ଏଥି ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ୫୫ଟି ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି। ଜାନୁଆରି ୨୧ ତାରିଖ ଦିନ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶ କ୍ରମେ ଏହି ପଚରା ଉଚୁରା କରାଯାଉଛି।

ରବର୍ଟ ଭଦ୍ରା ଏବଂ ତାଙ୍କ ମାଆ ହେଉଛନ୍ତି ସ୍କାଏ ଲାଇଟ୍‌ ହସ୍‌ପିଟାଲିଟି କମ୍ପାନିର ଅଂଶୀଦାର। ଏ କମ୍ପାନି ବିକାନେର୍‌ ଜମି ଦୁର୍ନୀତିରେ ଥିବା କଥା ତଦନ୍ତ ବେଳେ ଇଡି ଜାଣି ପାରିଥିଲା।

ସମ୍ବନ୍ଧିତ ଖବର