ଉତ୍ତର ଇରାକର ଆମେରିକା ସେନା ଶିବିର ଉପରେ ରକେଟ ଆକ୍ରମଣ

କିର୍‌କୁକ : ଆଜି ରାତିରେ ଉତ୍ତର ଇରାକର କିର୍‌କିକୁଠାରେ ଥିବା ଆମେରିକା ସେନା ଶିବିର ଉପରେ ରକେଟ ଆକ୍ରମଣ ହୋଇଛି। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇଥିବା ରିପୋର୍ଟ ମିଳିନାହିଁ। ଗତ ଡିସେମ୍ବର ୨୭ରେ ଇରାକ୍‌ସ୍ଥିତ ଆମେରିକା ସେନା ଶିବିର ଉପରେ ରକେଟ ଆକ୍ରମଣ ହୋଇଥିଲା। ଏକ ସଙ୍ଗରେ ୩୦ ରକେଟ୍‌ ଆକ୍ରମଣ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ ଜଣେ ଆମେରିକୀୟ ଠିକାଦାର ନିହତ ହୋଇଥିଲେ। କାଟେବ ହେଜ୍‌ବୋଲ୍ଲା ଏହି ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର