ଡଙ୍ଗା ବୁଡ଼ି ୧୨ ରୋହିଙ୍ଗ୍ୟା ଶରଣାର୍ଥୀ ମୃତ

କକ୍ସ ବଜାର(ବାଂଲାଦେଶ) : ନିଜ ଦେଶ ମିଆଁମାର ଛାଡ଼ି ବାଂଲାଦେଶକୁ ପଳାଇଆସୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କର ଏକ ଡଙ୍ଗା ବୁଡ଼ିଯିବାରୁ ଅତି କମ୍‌ରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ନିଖୋଜ ଅଛନ୍ତି। ପାଖାପାଖି ୫୦ ଜଣ ଶରଣାର୍ଥୀଙ୍କୁ ଧରି ଆସୁଥିବା ଏହି ଛୋଟ ମାଛମରା ଡଙ୍ଗାଟି ନାଫ୍‌ ନଦୀରେ ବୁଡ଼ିଯାଇଥିଲା। ଡଙ୍ଗାରେ ଖୁନ୍ଦାଖୁନ୍ଦି ହୋଇ କ୍ଷମତାଠାରୁ ଅଧିକ ଲୋକ ବସିବା କାରଣରୁ ଏଭଳି ଦୁର୍ଘଟଣା ହୋଇଥିବା ଜଣାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୧୨ଟି ଶବ ମିଳିଥିବା ବେଳେ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର