ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣଦତ୍ତ ତିୱାରୀଙ୍କ ପୁଅ ରୋହିତ ତିୱାରୀଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି। ରୋହିତଙ୍କ ମା’ ଅଭିଯୋଗ କରିଛନ୍ତି ରୋହିତଙ୍କ ସହ ତାଙ୍କ ସ୍ତ୍ରୀଙ୍କ ଭଲ ସମ୍ପର୍କ ନଥିଲା। ରୋହିତ ରାଜନୀତିରେ ମଧ୍ୟ ସଫଳ ହୋଇନଥିବା ଯୋଗୁଁ ଅବସାଦଗ୍ରସ୍ତ ଥିଲେ। ରୋହିତ ଚାହୁଁଥିଲେ ତାଙ୍କ ବାପାଙ୍କ ରାଜନୈତିକ ବିଚାରାଧାରାକୁ ଆଗକୁ ବଢାଇବା ପାଇଁ ତେଣୁ ତାଙ୍କ ବାପାଙ୍କ ସମାଧିସ୍ଥଳ ଚିତ୍ରଶିଳା ଘାଟକୁ ଯାଇ ଆଶୀର୍ବାଦ ନେଇଥିଲେ। ତେବେ ରୋହିତଙ୍କ ମୃତ୍ୟୁ ଦିନ ସେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଶୋଇଥଲେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ପଚାରିବାରୁ ରୋହିତ କ୍ଲାନ୍ତ ହୋଇ ଶୋଇଯାଇଛନ୍ତି ବୋଲି କହିଥିବା ତାଙ୍କ ମା’ ସୂଚନା ଦେଇଛନ୍ତି। ତେଣୁ ରୋହିତଙ୍କ ହତ୍ୟା ପଛରେ ତାଙ୍କ ସ୍ତ୍ରୀର ହାତ ଥିବା ସନ୍ଦେହ କରାଯାଉଛି। କ୍ରାଇମ୍ବ୍ରାଞ୍ଚ ଏହି ହତ୍ୟା ମାମଲାରେ ଶନିବାର ରୋହିତଙ୍କ ସ୍ତ୍ରୀ ଅପୂର୍ବା ଏବଂ ରୋହିତ ରହୁଥିବା ଡିଫେନ୍ସ୍ କଲୋନୀର କର୍ମଚାରୀଙ୍କୁ ପଚରାଉଚରା କରିଥିବା ପ୍ରକାଶ।
ରୋହିତ ତିୱାରୀଙ୍କ ହତ୍ୟା ପଛରେ ସ୍ତ୍ରୀ!
/sambad/media/post_attachments/wp-content/uploads/2019/04/rohit-tiwari.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)