ଅଣ୍ଡା ଆଣିବାକୁ ଯାଇଥିଲେ ମହିଳା, କୁକୁଡ଼ା ଆକ୍ରମଣରେ ପ୍ରାଣ ଗଲା

ନୂଆଦିଲ୍ଲୀ : ଦକ୍ଷିଣ ଅଷ୍ଟ୍ରେଲିଆରେ ଏକ ଅଜବ ଘଟଣା ଘଟିଛି । ଜଣେ ମହିଳା ଅଣ୍ଡା ଆଣିବାକୁ ଯାଇଥିବା ବେଳେ ପୋଷା କରି ରଖିଥିବା କୁକୁଡ଼ା ଆକ୍ରମଣରେ ତାଙ୍କ ଜୀବନ ଯାଇଛି । କୁକୁଡ଼ା ହିଂସ୍ର ପଶୁରେ ଗଣା ଯାଉ ନ ଥିବା ବେଳେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ପରେ କୁକୁଡ଼ା ଆକ୍ରମଣରେ ମଧ୍ୟ ମଣିଷ ଜୀବନ ଯାଇ ପାରେ ବୋଲି କହି ଲୋକଙ୍କୁ ଚେତାବନୀ ଦେଇଛନ୍ତି ସରକାର ।

अंडे लेने गई थी महिला, मुर्गे ने किया ऐसा हमला, चली गई जान

ସୂଚନା ମୁତାବକ, ମହିଳାଜଣଙ୍କ ନିଜ ଘର ପଛପଟେ କିଛି କୁକୁଡ଼ା ପାଳିଥିଲେ । ଘଟଣାଦିନ ସକାଳେ ଅଣ୍ଡା ଆଣିବାକୁ ଯାଇଥିବା ବେଳେ କୁକୁଡ଼ାଟି ଆକ୍ରମଣ କରିଥିଲା । ଯାହା ଦ୍ୱାରା ହାତର ଶିରା କଟି ଯିବା ସହ ଅଧିକ ରକ୍ତ ପ୍ରବାହ ହେତୁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଖବରଟି ବିଶ୍ୱାସ କରିବାକୁ କଷ୍ଟ ହେଉଥିଲେ ମଧ୍ୟ ସତ । କିଛି ଲୋକେ କୁକୁଡ଼ାକୁ ହିଂସ୍ର ପଶୁ ବୋଲି ଭାବି ନଥାନ୍ତି । କିନ୍ତୁ ହିଂସ୍ର ନ ହୋଇ ମଧ୍ୟ ବେଳେ ବେଳେ ସେମାନଙ୍କ ଆକ୍ରମଣ ଜୀବନ ନେଇ ଯାଇଥାଏ, ତାହା ଏହି ଘଟଣାରୁ ପ୍ରମାଣ ହୋଇଛି । ଏ ନେଇ ଏବେ ବୈଜ୍ଞାନିକମାନେ ଗବେଷଣା କରୁଥିବା ବେଳେ ଗବେଷଣା ସଫଳ ହେବା ପରେ ଏଭଳି ଜୀବମାନଙ୍କ ମଧ୍ୟରେ ଲୁଚି ରହିଥିବା ବିପଦ ବିଷୟରେ ଲୋକେ ଜାଣି ପାରିବେ ।

ସମ୍ବନ୍ଧିତ ଖବର