ଆର୍‌ପିଏଫ୍‌ ନିଯୁକ୍ତିରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ

ପାଟନା: ରେଳବାଇ ପୁଲିସ ବାହିନୀ (ଆର୍‌ପିଏଫ୍‌)ର ଆଗାମୀ ନିଯୁକ୍ତି ନିମନ୍ତେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ୍‌ ଏହି ଘୋଷଣା କରିଛନ୍ତି। ରେଳବାଇ ପକ୍ଷରୁ ଆର୍‌ପିଏଫ୍‌ରେ ୧୦,୦୦୦ ନିଯୁକ୍ତି ଲାଗି ପ୍ରସ୍ତୁତି ଚାଲିଛି। ଖୁବ୍‌ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଗୋୟଲ୍‌ କହିଛନ୍ତି, ରେଳବାଇରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ଦୀନ ଦୟାଲ୍‌ ଉପାଧ୍ୟାୟ ଷ୍ଟେସନ୍‌ରୁ ଏକ ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା। ଏଥିରେ ସମସ୍ତ କର୍ମଚାରୀ ମହିଳା ଥିଲେ।

ସମ୍ବନ୍ଧିତ ଖବର