ଟ୍ରେନ୍‌ରେ ମହିଳାଙ୍କ ସହ ଅସଦାଚରଣ କଲେ ମିଳିବ ୩ବର୍ଷ ଜେଲଦଣ୍ଡ, ରେଳ ସୁରକ୍ଷା ବଳ ଆଣିଲା ପ୍ରସ୍ତାବ

ନୂଆଦିଲ୍ଲୀ: ଟ୍ରେନ୍‌ରେ ମହିଳାଯାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ରେଳ ସୁରକ୍ଷା ବଳ ଏବେ ଏକ ବଡ଼ ନିଷ୍ପତ୍ତି ନେଇଥିବା ଦେଖା ଯାଇଛି । ଟ୍ରେନ୍‌ରେ ଯାତ୍ରା ସମୟରେ ମହିଳା ଯାତ୍ରୀଙ୍କୁ ଯଦି କେହି ବ୍ୟକ୍ତି ଅସଦାଚରଣ କରୁଛି ତେବେ ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡ ମିଳିବ ବୋଲି ଆର୍‌ପିଏଫ୍‌ ତରଫରୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିବା ପରେ ଟ୍ରେନ୍‌ରେ ମହିଳାଯାତ୍ରୀମାନେ ସୁରକ୍ଷିତ ଏବଂ ଚିନ୍ତାମୁକ୍ତ ହୋଇ ଯାତ୍ରା କରି ପାରିବେ ବୋଲି କହିଛନ୍ତି ଆର୍‌ପିଏଫ୍‌ର ଜନୈକ ବରିଷ୍ଠ ଅଧିକାରୀ । ପୂର୍ବରୁ ଆଇପିସି ଧାରା ଅନୁଯାୟୀ ଅସଦାଚରଣ କରୁଥିବା ଅଭିଯୁକ୍ତକୁ ଗୋଟେ ବର୍ଷ ଜେଲ ଦଣ୍ଡର ନିୟମ ରହିଥିବା ବେଳେ ଏହାକୁ ବଢ଼ାଇ ୩ବର୍ଷ କରିବା ପାଇଁ ଆର୍‌ପିଏଫ୍‌ ତରଫରୁ ପ୍ରସ୍ତାବ ଦିଆଯାଇଛି ।

ଟ୍ରେନ୍‌ରେ ମହିଳାଙ୍କ ପ୍ରତି ଅସଦାଚରଣ ସଂଖ୍ୟା ବଢ଼ୁଥିବାରୁ ଏପରି ନିଷ୍ପତ୍ତି ନେବା କଥା ଭାବିଛି ଆର୍‌ପିଏଫ୍‌ । ଯାହାଦ୍ୱାରା ଜିଆର୍‌ପିର ସହାୟତା ନ ନିଆଯାଇ ଏଭଳି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଅଧିକାର ସେମାନଙ୍କୁ ଦିଆଯାଉ ବୋଲି ମଧ୍ୟ ସେମାନେ ଏହି ପ୍ରସ୍ତାବରେ ଉଲ୍ଲେଖ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର