ବେଙ୍ଗାଲୁରୁ: ଜିନ୍‌ସ୍‌, ସର୍ଟସ୍‌ ଏବଂ ସ୍ଲିଭ୍‌ଲେସ୍‌ ଟପ୍‌ସ୍‌ ପିନ୍ଧା ବ୍ୟକ୍ତିଙ୍କୁ ଆର୍‌ ଆର୍‌ ନଗର ମନ୍ଦିର ମନା

ବେଙ୍ଗାଲୁରୁ: ଆର୍‌ଆର୍‌ ନଗରସ୍ଥିତ ଶ୍ରୀ ରାଜରାଜେଶ୍ୱସରୀ ମନ୍ଦିର ଭକ୍ତମାନଙ୍କ ପାଇଁ ଲାଗୁ କରିଛି ଡ୍ରେସ୍‌କୋଡ୍‌ — ଜିନ୍‌ସ୍‌, ସର୍ଟସ୍‌ ଏବଂ ସ୍ଲିଭ୍‌ଲେସ୍‌ ଟପ୍‌ସ୍‌ ପିନ୍ଧା ବ୍ୟକ୍ତିଙ୍କୁ ଆର୍‌ ଆର୍‌ ନଗର ମନ୍ଦିର ମନା।

ମନ୍ଦିର କର୍ତ୍ତୃପକ୍ଷ ପୁରୁଷମାନଙ୍କୁ ପାଇଁ ଧୋତି କିଂବା ପ୍ୟାଣ୍ଟ୍‌ ପିନ୍ଧିବାକୁ ପରାମର୍ଶ ଦେଇଥିବା ବେଳେ ମହିଳାମାନଙ୍କୁ ଶାଢ଼ି କିଂବା ଓଢ଼ଣି ସହ ଚୁଡ଼ିଦାର ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ମନ୍ଦିର ପ୍ରବେଶ ପଥରେ ଡ୍ରେସ୍‌ କୋଡ୍‌ ପାଇଁ ଏକ ବିଜ୍ଞପ୍ତି ବୋର୍ଡ ଲାଗିଛି। ସେଥିରେ ଲେଖା ଅଛି: ବରମୁଡ଼ା, ସାର୍ଟ, ମିନି-ସ୍କର୍ଟ, ମିଡ୍ଡି, ସ୍ଲିଭ୍‌ଲେସ୍‌ ଟପ୍‌, ଅଣ୍ଟାଖସା ଜିନ୍ସ୍‌ ଏବଂ ଲମ୍ବଛୋଟ ଟି-ସାର୍ଟ ପିନ୍ଧିଥିବା ଦର୍ଶକଙ୍କୁ ମନ୍ଦିର ପ୍ରବେଶ ନିଷେଧ। ଦର୍ଶନ ପାଇଁ ଆସିଥିବା ଲୋକେ ବେଢ଼ାକୁ ପ୍ରବେଶ କରିବା ସମୟରେ ପାରମ୍ପରିକ ବସ୍ତ୍ର ପରିଧାନ କରିଥିବା ଆବଶ୍ୟକ।

ମନ୍ଦିର କର୍ମଚାରୀମାନେ କହନ୍ତି ଦୁଇ ମାସ ତଳେ ଲାଗିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପୁରୁଷମାନେ ଧୋତି କିଂବା ପ୍ୟାଣ୍ଟ୍‌ ଓ ସାର୍ଟ ପିନ୍ଧିବା ସହ ଅଣ୍ଟାରେ ଗାମୁଛା ବାନ୍ଧିଥିବେ। ପ୍ରାପ୍ତବୟସ୍କା ନାରୀ ଓ ତରୁଣୀମାନେ ଶାଢ଼ି କିଂବା ଚୁଡ଼ିଦାର ପିନ୍ଧିବା ବାଧ୍ୟତାମୂଳକ। ୧୮ ବର୍ଷରୁ କମ୍‌ ଝିଅମାନେ ପାଦଯାଏଁ ପଡୁଥିବା ଗାଉନ୍‌ ପିନ୍ଧିବା ଉଚିତ।

କେବଳ ସେତିକି ନୁହେଁ। ମହିଳାମାନେ ବାଳ ମୁକୁଳା କରି ଆସିବା ମନା। ସେମାନେ କ୍ଲିପ୍‌ ବା ରବର ବ୍ୟାଣ୍ଡ୍‌ରେ କେଶ ବାନ୍ଧିବା ଆବଶ୍ୟକ। କେତେକ ଏହାକୁ ସମର୍ଥନ କରୁଥବା ବେଳେ ଅନ୍ୟ କେତେକ ବିରୋଧ କରୁଛନ୍ତି। ଏ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଏଥିପାଇଁ କୌଣସି ବିବାଦ ଉପୁଜି ନାହିଁ।

ସମ୍ବନ୍ଧିତ ଖବର