ଯୁଗ୍ମ-ଅଯୁଗ୍ମ ନିୟମ ଭାଙ୍ଗିଲେ ୨୦ ହଜାର ଜୋରିମାନା

ନୂଆଦିଲ୍ଲୀ : ଯୁଗ୍ମ-ଅଯୁଗ୍ମ ନିୟମ ଉଲ୍ଲଂଘନକାରୀଙ୍କୁ ନୂଆ ମୋଟର ଯାନ ଆଇନ୍ ବଳରେ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ନଭେମ୍ବର ୪ରୁ ୧୫ ଯାଏ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ। ଏହି ସମୟ ମଧ୍ୟରେ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଉପରେ ୨୦ ହଜାର ଟଙ୍କା ଜୋରିମାନା ଲାଗୁ ହେବ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟ୍‌ କହିଛନ୍ତି। ଏହି ନିୟମ ଯୋଗୁଁ ଦିଲ୍ଲୀ ବାହା‌ରେ ‌ପଞ୍ଜୀକୃତ ହୋଇଥିବା ଯାନ ଉପରେ ଅଧିକ ଜୋରିମାନା ଲାଗୁ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏ ବାବଦରେ ସେ ବିଚାର କରିବେ ବୋଲି ପରିବହନ ମନ୍ତ୍ରୀ ଗେହଲଟ୍‌ କହିଛନ୍ତି।

ସମ୍ବନ୍ଧିତ ଖବର