ଦେଶରେ ଆଉ ନଗଦ ନୋଟର ଅଭାବ ନାହିଁ; ୮୫ ପ୍ରତିଶତ ଏଟିଏମ୍‌ରୁ ମିଳୁଛି ଅର୍ଥ: ଅର୍ଥନୈତିକ ବ୍ୟାପାର ସଚିବ

ନୂଆଦିଲ୍ଲୀ: ଗତ ମାସରେ ଦେଶରେ ସୃଷ୍ଟି ହୋଇଥିବା ନଗଦ ନୋଟର ଏବେ ଆଉ ନାହିଁ। ଏବେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ ମହଜୁଦ୍‌ ଅଛି ଏବଂ ଗତ ସପ୍ତାହ ସୁଦ୍ଧା ଦେଶର ୮୫ ପ୍ରତିଶତ ଏଟିଏମ୍‌ରେ ପର୍ଯ୍ୟପ୍ତ ପରିମାଣର ଅର୍ଥ ଗଚ୍ଛିତ ରଖାଯାଇଛି ବୋଲି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ସୁବାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ ନଗଦ ନୋଟର ଅଭାବକୁ ଦୂର କରିବା ପାଇଁ ଏବେ ପ୍ରତିଦିନ ୩୦୦୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ ଛାପାଯାଉଛି। ଦେଶରେ ନଗଦ ନୋଟର ସଙ୍କଟ ସୃଷ୍ଟି ହେବାପରେ ସେ ଲଗାତାର ଭାବେ ନଗଦ ନୋଟର ଚାହିଦା ଉପରେ ନଜର ରଖିଛନ୍ତି ଏବଂ ଏହାର ନିୟମିତ ସମୀକ୍ଷା କରୁଛନ୍ତି। ଏବେ ଦେଶର ୮୫ ପ୍ରତିଶତ ଏଟିଏମ୍‌ କାର୍ଯ୍ୟକ୍ଷମ ଥିବା ସେଥିରେ ଅର୍ଥ ଉପଲବ୍ଧ ଅଛି ବୋଲି କହିଛନ୍ତି ଶ୍ରୀ ଗର୍ଗ।


ବର୍ତ୍ତମାନ ବଜାରରେ ୭ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ମହଜୁଦ୍‌ ଥିବା ବେଳେ, ପୂର୍ବରୁ ଦୈନିକ ୨୫୦୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ ଛାପା ଯାଉଥିବା ବେଳେ ଏବେ ଏହାକୁ ବଢ଼ାଇ ଦୈନିକ ୩୦୦୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ ଛପା ଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର