ଯୋଗୀଙ୍କ ବଜେଟ :  ଗୋସୁରକ୍ଷା ପାଇଁ ବ୍ୟୟ ହେବ ୬୦୦ କୋଟି

ଲକ୍ଷ୍ନୌ : ଗାଈର ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଥିବା ବିଜେପି ସରକାର ତତ୍ପର ହୋଇପଡିଛନ୍ତି । ଗତ କେନ୍ଦ୍ର ବଜେଟରେ ଗୋସୁରକ୍ଷା ଓ କଲ୍ୟାଣ ପାଇଁ ସରକାର ଗୋକୁଳ ମିଶନ ମାଧ୍ୟମରେ ୭୫୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ । ଏବେ ଉତ୍ତରପ୍ରଦେଶ ସରକାର ମଧ୍ୟ ରାଜ୍ୟରେ ଗୋସୁରକ୍ଷା ପାଇଁ ୬୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଆଜି ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀ ରାଜେଶ ଅଗ୍ରଓ୍ବାଲ ବର୍ଷ ୨୦୧୯-୨୦ ପାଇଁ ଲେଖାନୁଦାନ ଆଗତ କରିଛନ୍ତି । ଏହି ବଜେଟରେ ଗୋସୁରକ୍ଷା ପାଇଁ ୬୦୦ କୋଟି ଓ କୃଷି ବିକାଶ ପାଇଁ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ରାଜ୍ୟ ବଜେଟର ମୋଟ ଆକାର ପ୍ରାୟ ୪ ଲକ୍ଷ ୭୯ ହଜାର କୋଟି ଥିବାବେଳେ ଆର୍ଥିକ ନିଅଣ୍ଟ ୪୬.୯୧୦ କୋଟି ଟଙ୍କା ରହିଛି । 

ଗୋ କଲ୍ୟାଣ ପାଇଁ ଥିବା ୬୦୦ କୋଟିରୁ ଗ୍ରାମାଞ୍ଚଳରେ ଗୋଶାଳା ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ୨୪୭ କୋଟି ଟଙ୍କା ବରାଦ କରାଯାଇଥିବାବେଳେ  ସହରାଞ୍ଚଳରେ କାହ୍ନା ଗୋଶାଳା ନିର୍ମାଣ ଓ ବୁଲା ଗୋରୁଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨୦୦ କୋଟିର ବ୍ୟୟବରାଦ କରାଯାଇଛି । ମଥୁରାରେ ଏକ ଡେରୀ ପ୍ରତିଷ୍ଠା ପାଇଁ ୫୬ କୋଟି ବ୍ୟୟ ବରାଦ କରାଯାଇଛି ।

 

ସମ୍ବନ୍ଧିତ ଖବର