ଦେଶ ପାଇଁ ଲଢ଼ିବାକୁ ତିନି ମାସ ମଧ୍ୟରେ ସେନା ପ୍ରସ୍ତୁତ କରିପାରିବ ଆର୍‌ଏସ୍‌ଏସ୍‌: ମୋହନ ଭାଗବତ

ପାଟନା: ରବିବାର ଦିନ ରାଷ୍ଟ୍ରୀୟ ସ୍ୱଂୟସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ଯଦି ପରିସ୍ଥିତି ଉପୁଜେ, ଦେଶ ପାଇଁ ଲଢ଼ିବାକୁ ସଙ୍ଗଠନ ତିନି ଦିନ ମଧ୍ୟରେ ସେନାବାହିନୀ ପ୍ରସ୍ତୁତ କରି ପାରିବ।

ମୁଜାଫରପୁରକୁ ୬ ଦିନିଆ ଗସ୍ତର ଶେଷ ଦିନ ଜିଲ୍ଲା ସ୍କୁଲ୍‌ ପଡ଼ିଆରେ କର୍ମୀମାନଙ୍କୁ ସମ୍ଭାଷଣ ଦେଇ ଆର୍‌ଏସ୍‌ଏସ୍‌ର ମୁଖ୍ୟ ଏ କଥା କହିଛନ୍ତି।
ସେ କହିଛନ୍ତି: ସଙ୍ଘ ଯେଉଁ ସାମରିକ କର୍ମଚାରୀ ତିନି ଦିନ ମଧ୍ୟରେ ପ୍ରସ୍ତୁତ କରିପାରିବ ଆର୍ମି ତାହା କରିବାକୁ ୬-୭ ମାସ ସମୟ ନେବ। ଏହା ଆମର ସାମର୍ଥ୍ୟ। ଯଦି ଦେଶ ସେ ଭଳି ପରିସ୍ଥିତିର ସମ୍ମୁଖୀନ ହୁଏ ଏବଂ ସମ୍ବିଧାନ ଅନୁମତି ଦିଏ ତେବେ ସ୍ୱୟଂସେବକ ସୀମାନ୍ତରେ ଲଢ଼ିବାକୁ ପ୍ରସ୍ତୁତ ହୋଇ ପାରିବ। ସଂଘ ମିଲିଟାରି କି, ପାରା ମିଲିଟାରି ସଂଗଠନ ନୁହେଁ, ବରଂ ସେନା ବାହିନୀ ପରି ଶୃଙ୍ଖଳିତ ଗୋଟିଏ ପାରିବାରିକ ସଙ୍ଗଠନ। ଏହାର କର୍ମୀମାନେ ସେମାନଙ୍କ ଦେଶ ପାଇଁ ଖୁସୀରେ ଆତ୍ମବଳି ଦେବା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ଥାଆନ୍ତି।

ସମ୍ବନ୍ଧିତ ଖବର