ସମୟ ସହ ବଦଳୁଛି ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: ‘ହିନ୍ଦୁତ୍ୱ’ର ଅର୍ଥ ସମସ୍ତଙ୍କର କଲ୍ୟାଣ ଏବଂ ମୁସ୍‌୍‌ଲମାନଙ୍କୁ ଗ୍ରହଣ କରିବା ଏହାର ଏକ ଅଂଶ ବୋଲି ସ୍ପଷ୍ଟ କରି ଆର୍‌୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ସଂଗଠନ ପ୍ରତି ପୂର୍ବରୁ ରହିଥିବା କେତେକ ଭିନ୍ନ ଧାରଣାକୁ ଏବେ ବଦଳାଇ ଦେଇଛନ୍ତି। ମୁସ୍‌୍‌ଲିମଙ୍କୁ ଗ୍ରହଣ ନକଲେ ହିନ୍ଦୁତ୍ୱ ରହିବ ନାହିଁ ବୋଲି ତାଙ୍କର ବୟାନ ଆଏସ୍‌ଏସ୍‌ର ପୂର୍ବ ଆଭିମୁଖ୍ୟରେ ଯଥେଷ୍ଟ ପରିବର୍ତ୍ତନ ଆଣିଛି ବୋଲି କୁହାଯାଉଛି । ଦିଲ୍ଲୀରେ ଆୟୋଜିତ ସଂଘର ତିନି ଦିନିଆ ‘ଭବିଷ୍ୟତର ଭାରତ’ କାର୍ଯ୍ୟକ୍ରମରେ ଭାଗବତଙ୍କ ଉଦ୍‌୍‌ବୋଧନ ଆରଏସ୍‌ଏସ୍‌୍‌ର ଏକ ନୂଆ ରୂପକୁ ସାମ୍ନାକୁ ଆଣିଛି। ସମସ୍ତ ଭାରତୀୟ ଶାନ୍ତି ଓ କଲ୍ୟାଣର ମାର୍ଗରେ ପରିଚାଳିତ ହେବା ହିଁ ହିନ୍ଦୁତ୍ୱର ପରିଭାଷା ବୋଲି ଭାଗବତ କହିଥିଲେ। ଭାଗବତ ଦେଶର ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଭୂମିକାକୁ ପ୍ରଶଂସା କରି ସମସ୍ତଙ୍କୁ ବିସ୍ମିତ କରିଛନ୍ତି। କଂଗ୍ରେସର ଆନ୍ଦୋଳନ ଏବଂ ଦେଶପାଇଁ ବଳିଦାନ ଦେଇଥିବା ନେତାମାନଙ୍କ ଅବଦାନକୁ ପ୍ରେରଣାଦାୟକ ବୋଲି ସେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର