ଗାଡି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ମହାରାଷ୍ଟ୍ର : ଅଳ୍ପକେ ବର୍ତ୍ତିଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ । ଏକ ନିଶ୍ଚିତ ଗାଡି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଭାଗବତ । ସଂଘ ପ୍ରମୁଖ ଭାଗବତ ଯାଉଥିବା କାରକେଡର ଏକ ଗାଡି ଦୁର୍ଘଟଣାର ଶିକାର ହେବା ସହ ନିୟନ୍ତ୍ରଣ ହରାଇ ରାସ୍ତାକୁ ତଳକୁ ଖସିପଡିଥିଲା । ଯାହାଫଳରେ ଭାଗବତଙ୍କ ସହ ଯାଉଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୪ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ମହାରାଷ୍ଟ୍ରର ଚନ୍ଦ୍ରରପୁର ଅଞ୍ଚଳର ବରୋରା-ଭଦ୍ରାବତୀ ଠାରେ ହୋଇଥିବା ସୂଚନା ମିଳିଛି ।

indiatoday.in

ଆରଏସଏସ ନେତା ରାଜୀବ ତୁଲୀଙ୍କ କହିବା ଅନୁଯାୟୀ, ମୋହନ ଭାଗବତ ଏକ କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ଯାଇଥିଲେ । ସନ୍ଧ୍ୟାରେ ଭାଗବତ ନାଗପୁରକୁ ଫେରୁଥିବା ସମୟରେ ତାଙ୍କ କାରକେଡରେ ସାମିଲ ଥିବା ପୁଲିସ ଜିପର ଚକା ଫାଟିଯାଇଥିଲା । ଫଳରେ ଗାଡିଟି ନିୟନ୍ତ୍ରଣ ହରାଇବା ସହ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସିପଡିଥିଲା । ଯେଉଁଥିରେ ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ତେବେ ମୋହନ ଭାଗବତ ସୁରକ୍ଷିତ ଥିବା କହିଛନ୍ତି ରାଜୀବ ।

ବରୋରା ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ଭୀଷଣ ଗରମ ଯୋଗୁଁ କାରକେଡ ସାମିଲ ଥିବା ପୁଲିସ ଜିପର ଚକା ଫାଟିଯାଇଥିଲା । ତେବେ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଖଟାଇ ଏହାକୁ ରାସ୍ତା କଡକୁ ନେଇଯାଇଥିଲେ । ଫଳରେ ଅନ୍ୟ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ଏହାପୂର୍ବରୁ ୨୦୧୭ରେ ଉତ୍ତର ପ୍ରଦେଶରେ ମୋହନ ଭାଗବତଙ୍କ କାର ଅନ୍ୟ ଏକ କାର ସହ ଧକ୍କା ହୋଇଥିଲା । ଯେଉଁଥିରେ ମୋହନ ଭାଗବତ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ସମ୍ବନ୍ଧିତ ଖବର