ଆରଏସଏସ ମୁଖ୍ୟାଳୟରୁ ସୁରକ୍ଷା ପ୍ରତ୍ୟାହାର ମାମଲା:କଂଗ୍ରେସ-ବିଜେପି ମୁହାଁମୁହିଁ

0

ଭୋପାଳ : ଭୋପାଳ ସ୍ଥିତ ଆରଏସ୍ଏସ୍‌ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ମୁଖ୍ୟାଳୟରୁ ମଧ୍ୟପ୍ରଦେଶ ସରକାର ସୁରକ୍ଷା ପ୍ରତ୍ୟାହାର କରିବାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛି। ବିଭିନ୍ନ ସ୍ଥାନରେ ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲା ଜଟିଳ ହେଉଥିବା ଦେଇ ଆଜି ସନ୍ଧ୍ୟାରେ ସରକାର ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିଛନ୍ତି। ବିଜେପିର ବିରୋଧକୁ ଦେଖି ଆରଏସଏସ୍‌ ମୁଖ୍ୟାଳୟରେ ପୁନର୍ବାର ସୁରକ୍ଷା ଆୟୋଜନ କରିବାପାଇଁ ମୁଖ୍ୟମନ୍ତ୍ରୀ କମଳନାଥ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶ ବିଜେପି ନେତା ଗୋପାଳ ଭାର୍ଗବ ଟ୍ବିଟର୍‌ରେ ସରକାରଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ଏବଂ ଆରଏସଏସ କର୍ମୀଙ୍କର କ୍ଷତି କରିବାପାଇଁ କଂଗ୍ରେସ ଏଭଳି ଯୋଜନା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସୁରକ୍ଷିତ ଭାବେ ନିର୍ବାଚନ ପରିଚାଳନା ପାଇଁ ଅଧିକ ସୁରକ୍ଷା କର୍ମୀଙ୍କ ଆବଶ୍ୟକତା ଉପୁଜିବାରୁ ସମୁଦାୟ ୬ଟି ସ୍ଥାନରୁ ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା ବୋଲି କମଳନାଥ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.