ରାମମନ୍ଦିର ପାଇଁ ସମର୍ଥନ ଯୋଗାଡ ଉଦ୍ଦେଶ୍ୟରେ ଗଡିଲା ଆରଏସଏସର ସଂକଳ୍ପ ରଥଯାତ୍ରା !

ପରିକ୍ରମା କରିବ ଦେଶର ବିଭିନ୍ନ ସ୍ଥାନ, ଡିସେମ୍ବର ୯ଯାଏଁ ଚାଲିବ ଏହି ରଥଯାତ୍ରା

ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣ ପାଇଁ ଆଜିଠୁ ଦିଲ୍ଲୀରୁ ଗଡିଛି ଆରଏସଏସର ସଂକଳ୍ପ ରଥଯାତ୍ରା । ରାମମନ୍ଦିର ପାଇଁ ସମର୍ଥନ ଯୋଗାଡ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନ ପରିକ୍ରମା କରିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଙ୍କଳ୍ପ ରଥଯାତ୍ରା । ଏହି ରଥଯାତ୍ରା ଡିସେମ୍ବର ୯ଯାଏଁ ଚାଲିବ । ଦିଲ୍ଲୀରୁ ଆରମ୍ଭ ହେବାକୁଥିବା ଏହି ସଂକଳ୍ପ ରଥଯାତ୍ରା ଦେଶର ବିିଭିନ୍ନ ସ୍ଥାନ ପରିକ୍ରମା କରିବ । ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ସମର୍ଥନ ଯୋଗାଡ କରିବା ଏହି ରଥଯାତ୍ରାର ମୂଳ ଉଦ୍ଦେଶ୍ୟ । ବିଶ୍ୱ ହିନ୍ଦୁ ପରିଷଦ ଓ ବିଭିନ୍ନ ହିନ୍ଦୁ ସଙ୍ଗଠନ ଏବଂ ସାଧୁସନ୍ଥ ସମାଜ ପକ୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୨୫ତାରିଖରେ ଅଯୋଧ୍ୟାରେ ଧର୍ମସଭା ମଧ୍ୟ ଡକାଯାଇଥିଲା। ଯେଉଁଠିରେ ବିଭିନ୍ନ ହିନ୍ଦୁ ସଂଗଠନ ସମେତ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥ ସମବେତ ହୋଇଥିଲେ। ଯାହାକୁ ନେଇ ସେତେବେଳେ ଅଯୋଧ୍ୟାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ଧର୍ମସଭାରେ ରାମ ମନ୍ଦିର ନିର୍ମାଣ ପାଇଁ ଜ‌ୋର୍‌ଦାର ଦାବି କରାଯାଇଥିଲା।

ସେପଟେ ବାବ୍ରୀ ମସଜିଦ ଭାଙ୍ଗି ମନ୍ଦିର ନିର୍ମାଣ କଲେ ଭୟଙ୍କର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛି ଆତଙ୍କବାଦୀ ମାସୁଦର । ମାସୁଦ କହିଛି ଯେ ଯଦି ବାବରି ମସଜିଦ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହୁଏ ତାହେଲେ ଦିଲ୍ଲୀରୁ କାବୁଲ ଯାଏଁ ବଦଲା ନେବେ ମୁସଲିମ । ସେହିପରି କର୍ତାରପୁର କରିଡୋର ଶିଳାନ୍ୟାସ ନେଇ ମଧ୍ୟ ସେ କଡା ଟିପ୍ପଣି ଦେଇଛି। ପାକିସ୍ତାନ ସରକାର ଭାରତର ମନ୍ତ୍ରୀମାନଙ୍କୁ କାର୍ଯ୍ୟକ୍ରମକୁ ଡାକିଥିବାରୁ ସେ ତାବ୍ର ଅସନ୍ତୋଷ ବ୍ୟକ୍ତ କରିଛି ।

ସମ୍ବନ୍ଧିତ ଖବର