ସଂଘକୁ ଆକ୍ରମଣ କଲେ ରାହୁଲ ଗାନ୍ଧି, ଜବାବରେ ସଂଘ ତାଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରିବ

ନାଗପୁର : ଗତ କିଛି ଦିନ ଧରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)କୁ ଟାର୍ଗେଟ କରିଚାଲିଛନ୍ତି । ଏପରିକି ସେ ସଂଘକୁ ମୁସଲିମ ବ୍ରଦରହୁଡ ସହିତ ତୁଳନା କରିଛନ୍ତି । ଏହାର ଜବାବ ରଖିଛି ସଂଘ । ରାହୁଲ ଗାନ୍ଧି ଭାରତ ସଂପର୍କରେ ଅଜ୍ଞ, ଏଣୁ ସେ ଆରଏସଏସକୁ ବୁଝିପାରିବେ ନାହିଁ । ଆହୁରି ମଧ୍ୟ ଆସନ୍ତା ସେପ୍ଟେମ୍ବର ୧୭ ଓ ୧୯ ତାରିଖରେ ନୂଆଦିଲ୍ଲୀରେ ସଂଘ ଆୟୋଜନ କରୁଥିବା ଏକ ସମାରୋହରେ ରାହୁଲ ଗାନ୍ଧୀଙ୍କୁ ଭାଷଣ ଦେବା ପାଇଁ ଆମନ୍ତ୍ରଣ କରିବାକୁ ଯୋଜନା କରୁଛି । କଥା ହେଉଛି ନିଜକୁ ଅଧିକ ଉଦାରବାଦୀ ଓ ମୁକ୍ତ ଚିନ୍ତାଧାରା ସଂପନ୍ନ ପ୍ରମାଣିତ କରିବାକୁ ଚାହୁଁଛି । ଏଥିପାଇଁ ସଂଘ ଅନେକ ବିରୋଧୀ ଚିନ୍ତାଧାରା ସଂପନ୍ନ ଲୋକମାନଙ୍କୁ ମଧ୍ୟ ଅତିଥିଭାବେ ନିମନ୍ତ୍ରଣ କରୁଛି । ଦୁଇମାସ ପୂର୍ବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ନିକଟରେ ଟାଟା ସନ୍ସ ମୁଖ୍ୟ ରତନ ଟାଟାଙ୍କ ପରେ ଏବେ ରାହୁଲ ଗାନ୍ଧି ଓ ସିପିଆଇ(ଏମ) ନେତା ସୀତାରାମ ୟେଚୁରୀଙ୍କୁ ଅତିଥିଭାବେ ନିମନ୍ତ୍ରଣ କରିବାକୁ ଯୋଜନା କରୁଛି ।

ସମ୍ବନ୍ଧିତ ଖବର