ଲୋମଟାଙ୍କୁରା ଦୃଶ୍ୟ: ନଦୀରେ ଭାସି ଯାଉଥିବା ସ୍କୁଲଛାତ୍ରୀ ଭର୍ତ୍ତି ଥିବା ଟ୍ରକ୍‌କୁ ସ୍ଥାନୀୟଲୋକେ ଏପରି ଉଦ୍ଧାର କଲେ

ଜୟପୁର: ପ୍ରବଳ ବର୍ଷା ହେତୁ ଦେଶର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନଦୀର ଜଳସ୍ରୋତ ବି ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ ରାଜସ୍ଥାନର ଡୁଙ୍ଗରପୁର ଅଞ୍ଚଳରେ ପାଖାପାଖି ୧୨ରୁ ଊର୍ଧ୍ୱ ଛାତ୍ରୀ ଏକ ଟ୍ରକରେ ବସି ସ୍କୁଲରୁ ଘରକୁ ଯାଉଥିବା ସମୟରେ ନଦୀର ସ୍ରୋତରେ ଫସି ଯାଇଥିଲେ। ଏବଂ ନଦୀ ସ୍ରୋତ ଟ୍ରକ୍‌କୁ ଆଗକୁ ଆଗକୁ ବୋହି ନେଇ ଯାଉଥିଲା। ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଏହି ଟ୍ରକ୍‌କୁ ନଦୀ ସ୍ରୋତରୁ ଉଦ୍ଧାର କରାଯାଇଥିଲା।

ସ୍ଥାନୀୟଲୋକ ଦୌଡ଼ି ସାହାଯ୍ୟରେ ଟ୍ରକ୍‌କୁ ନଦୀ ସ୍ରୋତରୁ ଟାଣି ଧରିଥିଲେ। ଏହାପରେ ଧୀରେଧୀରେ ଟ୍ରକ୍‌ ଭିତରୁ ସମସ୍ତ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରଶାସନ ଘଟଣାସ୍ଥଳରେ ପହଁଞ୍ଚିବା ପୂର୍ବରୁ ଗ୍ରାମବାସୀ ସମସ୍ତଙ୍କୁ ନଦୀ ସ୍ରୋତରୁ ଉଦ୍ଧାର କରି ସାରିଥିଲେ। ଏହି ଘଟଣା ଗତଶନିବାର ଦ୍ୱିପହର ସମୟରେ ଘଟିଥିଲା, ଯେତେବେଳେ ଟ୍ରକ ଚାଳକ ପାଣି ସ୍ରୋତରୁ ବଞ୍ଚିବା ପାଇଁ ଚେଷ୍ଟା କରୁଥିବା ସମୟରେ ଫସି ଯାଇଥିଲେ ଏବଂ ଟ୍ରକ୍‌ ଉପରୁ ନିଜର ନିୟନ୍ତ୍ରଣ ହରାଇ ଦେଇଥିଲେ।

ସମ୍ବନ୍ଧିତ ଖବର