୨୬ରେ ଶପଥ ନେବେ ରୁପାନି: ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ

ଅହମଦାବାଦ: ଆସନ୍ତା ୨୬ ତାରିଖରେ ବିଜୟ ରୁପାନି ପୁଣି ଥରେ ତଥା ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସଚିବାଳୟ ପରିସର ସ୍ଥିତ ଉଦ୍ୟାନରେ ଆୟୋଜିତ ହେବାକୁ ଥିବା ନୂତନ ବିଜେପି ସରକାରଙ୍କ ଶପଥଗ୍ରହଣ ଉତ୍ସବରେ ଦଳର ହାଇକମାଣ୍ଡ୍‌ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏନ୍‌ଡିଏ ସହଯୋଗୀ ଦଳର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାଯାଇଛି।

ସୂଚନା ଥାଉ କି, ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାର ୯୯ଟି ଆସନ ହାସଲ କରିଥିବା ବିଜେପିର ନିର୍ବାଚିତ ବିଧାୟକମାନଙ୍କ ଏକ ପ୍ରତିନିଧିମଣ୍ଡଳ ଆଜି ରାଜ୍ୟପାଳ ଓପି କୋହଲିଙ୍କୁ ଭେଟି ରାଜ୍ୟରେ ନୂଆ ସରକାର ଗଢ଼ିବାକୁ ଦାବି ଜଣାଇଥିଲେ। ତାହା ପରେ ନୂଆ ମନ୍ତ୍ରୀମଣ୍ଡଳ ୨୬ ତାରିଖରେ ଶପଥ ନେବ ବୋଲି ରାଜ୍ୟ ବିଜେପି ମୁଖ୍ୟ ଜିତୁ ଭଗାନି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର