ଭାରତକୁ ଦିଆଯିବାକୁ ଥିବା ଏସ-୪୦୦ର ଉତ୍ପାଦନ ଆରମ୍ଭ କଲା ଋଷିଆ

ମସ୍କୋ : ଋଷିଆ ଭାରତ ପାଇଁ ଉଦ୍ଦିଷ୍ଟ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମର ସିରିଜ ଉତ୍ପାଦନ ଆରମ୍ଭ କରିଛି । ଆସନ୍ତା ୨୦୨୫ ସୁଦ୍ଧା ଭାରତକୁ ସମସ୍ତ ୫ଟି ଯାକ ରେଜିମେଣ୍ଟ ଏସ-୪୦୦ ଭାରତରେ ପହଞ୍ଚିଥିବ ବୋଲି ଏହାକୁ ନିର୍ମାଣ କରୁଥିବା କମ୍ପାନି ରୋସଟେକର ସିଇଓ ସର୍ଗେଇ ଚେମେଜଭ କହିଛନ୍ତି ।
ସେ କହିଛନ୍ତି ଭାରତ ପକ୍ଷରୁ ଏସ-୪୦୦ ପାଇଁ ଆବଶ୍ୟକ ଅଗ୍ରୀମ ପ୍ରଦାନ କରାଯାଇଛି । ଆମେ ଉତ୍ପାଦନ ଆରମ୍ଭ କରିଦେଇଛୁ ଓ ଠିକ ସମୟରେ ଯୋଗାଣ ସଂପୂର୍ଣ୍ଣ ହୋଇଯିବ ।
ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା) ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ ।

ସମ୍ବନ୍ଧିତ ଖବର