ଘନେଇଲା ଯୁଦ୍ଧର କଳାବାଦଲ: ଭୟଙ୍କର ପରିଣାମ ପାଇଁ ପ୍ରସ୍ତୁତ ରହୁ ଆମେରିକା: ଋଷିଆ

ମସ୍କୋ: ମଧ୍ୟପୂର୍ବ ଦେଶ ସିରିଆରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆମେରିକା ଓ ମିତ୍ର ଦେଶମାନଙ୍କ ଦ୍ୱାରା ସିରିଆ ଉପରେ ବୋମାମାଡ କରାଯିବା ପରେ ଏହାର ପରିଣାମ ଭୋଗିବାକୁ ଆମେରିକା ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ଋଷିଆ ଚେତାବନୀ ଶୁଣାଇଛି ।
ଆମେରିକାରେ ଅବସ୍ଥାପିତ ଋଷିଆର ରାଷ୍ଟ୍ରଦୂତ ଆନାତୋଲି ଆଣ୍ଟୋନୋଭ କହିଛନ୍ତି ଯେ ଆମେ ଚେତାଇ ଦେବାକୁ ଚାହୁଁ ଯେ ଏପରି ଆକ୍ରମଣର ପ୍ରତିକ୍ରିୟା ନିଶ୍ଚିତ ଆସିବ । ଏଥିପାଇଁ ଓ୍ଵାସିଂଟନ, ପ୍ୟାରିସ ଓ ଲଣ୍ଡନ ଦାୟୀ ରହିବେ ବୋଲି ସେ କହିଛନ୍ତି ।

ସିରିଆର ବସଦ-ଅଲ-ଆସଦ ସରକାରଙ୍କ ଦ୍ୱାରା ରାସାୟନିକ ଆକ୍ରମଣ ହେଉଥିବା ଅଭିଯୋଗ କରି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ପକ୍ଷରୁ ଗତକାଲି ସିରିଆର କେତେକ ଟାର୍ଗେଟ ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ଏହା ଦ୍ୱାରା ସିରିଆ ଗଚ୍ଛିତ ରଖିଥିବା ରାସାୟନିକ ଅସ୍ତ୍ରର ଏକ ବଡ଼ ଭଣ୍ଡାର ଧ୍ୱଂସ ପାଇଯାଇଛି ବୋଲି ଫ୍ରାନ୍ସର ବିଦେଶ ମନ୍ତ୍ରୀ ଜିନ ଭେସ ଲି ଡ୍ରିଆନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସିରିଆ ସରକାର ହିଁ ବିଦ୍ରୋହୀଙ୍କ କବଜାରେ ଥିବା ଡୁମା ସହର ଉପରେ ରାସାୟନିକ ଆକ୍ରମଣ କରିଥିବା ଗୁଇନ୍ଦା ରିପୋର୍ଟ ରହିଛି । ଏହି ରିପୋର୍ଟ ଆଧାରରେ ହିଁ ଆକ୍ରମଣ କରାଯାଇଥିଲା ।

ସମ୍ବନ୍ଧିତ ଖବର