ଭାରତର ପକ୍ଷ ନେଇ ପାକ୍‌ ଓ ଚୀନ୍‌କୁ ଜବରଦସ୍ତ ଝଟ୍‌କା ଦେଲା ଋଷିଆ

ନ୍ୟୁକ୍ଲିୟର୍‌ ସପ୍ଲାଏ ଗ୍ରୁପ୍‌(ଏନଏସ୍‌ଜି)ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ସମର୍ଥନ ଦେଲା

ମସ୍କୋ: ନ୍ୟୁକ୍ଲିୟର୍‌ ସପ୍ଲାଏ ଗ୍ରୁପ୍‌(ଏନଏସ୍‌ଜି) ସ୍ଥାୟୀ ସଦସ୍ୟତା ପାଇଁ ଦୀର୍ଘ ଦିନ ଧରି ଭାରତ କରୁଥିବା ଦାବିକୁ ଆଜି ପ୍ରଥମ ଥର ପାଇଁ ଋଷିଆ ଖୋଲାଖୋଲି ସମର୍ଥନ ଦେଇଛି। ଋଷିଆର ଏ ପ୍ରକାର ଆଚରଣ ପୁଣିଥରେ ଉଭୟ ଦେଶ ମଧ୍ୟରେ ପୂର୍ବରୁ ରହି ଆସିଥିବା ବନ୍ଧୁତ୍ୱର ଡୋରିକୁ ଦୃଢ଼ କରିଥିବା ବେଳେ ପାକିସ୍ତାନ ଓ ଚୀନ୍‌କୁ ଜୋର୍‌ଝଟ୍‌କା ଦେଇଛି। ଏନସିଜିରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ କରୁଥିବା ଦାବିକୁ ପାକିସ୍ତାନର ଦାବି ସହ ଯୋଡ଼ା ନଯାଉ ବୋଲି ଆଜି ବେଶ୍‌ ଶାଣିତ ସ୍ୱରରେ କହିଛି ଋଷିଆ।

ଖାଲି ଏତିକିରେ ନିଜକୁ ସୀମିତ ରଖି ନାହିଁ ଋଷିଆ, ଏନସିଜିରେ ଭାରତକୁ କିପରି ସ୍ଥାୟୀ ସଦସ୍ୟତା ମିଳି ପାରିବ, ସେ ନେଇ ମଧ୍ୟ ଚୀନ ସହ ଆଲୋଚନା ଆରମ୍ଭ କରିଛି ଋଷିଆ। ଋଷିଆ ରଷ୍ଟ୍ରପତି ଭ୍ଲାଦିମର ପୁତିନ୍‌ ଆଜି ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ଆସନ୍ତା ଜୁନ୍‌ ମାସରେ ଅନୁଷ୍ଠିତ ହେବାକୁ ଥିବା ଏନ୍‌ଏସ୍‌ଜି ଗ୍ରୁପ୍‌ ବୈଠକରେ ସେ ଏନସିଜିରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ କରୁଥିବା ଦାବିକୁ ପୂର୍ଣ୍ଣ ସମର୍ଥନ ଦେବେ।

www.patrika.com

ଉଲ୍ଲେଖଯୋଗ୍ୟ, ଏନଏସଜିରେ ସ୍ଥାୟୀ ସଦସ୍ୟତା ହାସଲ ପାଇଁ ଭାରତର ଦାବିକୁ ଚୀନ ବାରମ୍ବାର ବିରୋଧ କରି ଆସୁଛି। ଏକ ଅବାନ୍ତର ଯୁକ୍ତି ଦର୍ଶାଇ ପାକିସ୍ତାନ୍‌କୁ ସମର୍ଥନ ଦେବା ଆଳରେ ଚୀନ୍‌ କହୁଛି ଯେ ଭାରତକୁ ଯଦି ଏନଏସ୍‌ଜିରେ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯିବ, ତେବେ ପାକିସ୍ତାନକୁ ମଧ୍ୟ ଏହା ଦିଆଯିବା ଉଚିତ। ଏହାଛଡା ଏହି ମାମଲାରେ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ଭାରତକୁ ଏନ୍‌ଏସ୍‌ଜିର ସ୍ଥାୟୀ ସଦସ୍ୟ ହେବାରୁ ବଞ୍ଚିତ କରୁଥିଲା ଚୀନ୍‌। ୪୮ ସଦସ୍ୟ ବିଶିଷ୍ଟ ଏନଏସଜି ଗ୍ରୁପରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ନିୟମରେ ପରିବର୍ତ୍ତନ ଆଣିବାକୁ ଅନ୍ୟ ସଦସ୍ୟ ଦେଶଗୁଡ଼ିକ ରାଜି ଥିବା ବେଳେ କେବଳ ମାତ୍ର ଚୀନ ଏହି ମାମଲାରେ ଆଜି ପର୍ଯ୍ୟନ୍ତ ବାଧକ ସାଜ ଆସିଥିଲା। ଯୋଗ୍ୟତା ଅନୁଯାୟୀ ଏନଏସଜର ସ୍ଥାୟୀ ସଦସ୍ୟ ବଛାଯାଉ ବୋଲି ଚୀନ କହିବା ସହ ଭାରତର ଦାବି ସହ ବାରମ୍ବାର ପାକିସ୍ତାନର ଦାବିକୁ ମଧ୍ୟ ଯୋଡୁଥିଲା।

ତେବେ, ଆଜି ଏହି ମାମଲାରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁତିନ୍‌ଙ୍କର ଏପ୍ରକାରର ଆଭିମୁଖ୍ୟ ଉଭୟ ପାକିସ୍ତାନ ଓ ଚୀନ୍‌କୁ ଜବରଦସ୍ତ ଝଟ୍‌କା ଦେଇଛି। ଋଷିଆ ରାଷ୍ଟ୍ରପତି କହିଛନ୍ତି, ଏନଏସଜି ଗ୍ରୁପରେ ସ୍ଥାୟୀ ସଦସ୍ୟତା ପାଇଁ ପାକିସ୍ତାନର ଦାବିକୁ ନେଇ ସହମତି ପ୍ରକାଶ ପାଉ ନଥିବା ବେଳେ ଏହାକୁ ଭାରତର ଦାବି ସହ ଯୋଡାଯିବାର କୌଣସି ପ୍ରକାରର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ପାକିସ୍ତାନର ଦାବିକୁ ଅଧିକାଂଶ ସଦସ୍ୟ ରାଷ୍ଟ୍ର ମଧ୍ୟ ସମର୍ଥନ କରୁନାହାନ୍ତି। ଏନ୍‌ଏସ୍‌ଜିରେ ଭାରତ ଓ ପାକିସ୍ତାନର ସଦସ୍ୟତା ଦାବିକୁ ନେଇ ପ୍ରଥମଥର ପାଇଁ ଋଷିଆ ଏଭଳି ପ୍ରତିକ୍ରିୟା ଦେଇଛି। ଏହାଛଡା ଋଷିଆ ରାଷ୍ଟ୍ରପତି ଏପ୍ରଙ୍ଗରେ ନିଜର ସମର୍ଥନକୁ କେବଳ କଥାରେ ସୀମିତ ନ ରଖି ଏହାକୁ ଯାଥସାଧ୍ୟ ବାସ୍ତବ ରୂପ ଦେବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ଆଉ ଏହାର ପ୍ରଥମ ସୋପାନ ସ୍ୱରୂପ ବିଭିନ୍ନ ସ୍ତରରେ ଚୀନ ସହ ଆଲୋଚନା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏବଂ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କୁ ମଧ୍ୟ ଏପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇ ଚୀନ ଉପରେ ଚାପ ସୃଷ୍ଟି କରିବାକୁ କୂଟନୈତିକ ସ୍ତରରେ ଉଦ୍ଦ୍ୟମ ଆରମ୍ଭ କରିଛି ଋଷିଆ।

ସମ୍ବନ୍ଧିତ ଖବର