ଋଷିଆରେ ବିମାନ ଦୁର୍ଘଟଣା, ୭୧ ଜଣ ନିହତ ସଂଦେହ

ମସ୍କୋ: ଋଷିଆର ରାଜଧାନୀ ମସ୍କୋ ନିକଟରେ ଏକ ବିମାନ ଦୂର୍ଘଟଣାଗସ୍ତ ହେବାରୁ ସେଥିରେ ଥିବା ପ୍ରାୟ ୭୧ ଜଣ ବ୍ୟକ୍ତି ନିହତ ହୋଇଥିବା ସଂଦେହ କରାଯାଉଛି । ଏମାନଙ୍କ ମଧ୍ୟରୁ ୬୫ ଜଣ ହେଉଛନ୍ତି ଯାତ୍ରୀ ଓ ୬ ଜଣ ବିମାନ କର୍ମଚାରୀ ବୋଲି ଋଷିଆର ସମ୍ବାଦ ସରବରାହ ସଂସ୍ଥା ଇଣ୍ଟରଫାକ୍ସ କହିଛି । ଇଣ୍ଟରଫାକ୍ସ ଅନୁସାରେ ଋଷିଆର ଘରୋଇ ବିମାନସେବା କମ୍ପାନି ସାରାଟୋଭ ଏୟାରଲାଇନ୍ସର ଏହି ବିମାନଟି ଅର୍ସକ ସହରକୁ ଯାଉଥିବାବେଳେ ମସ୍କେ ନିକଟସ୍ଥ ରାମେନସ୍କାଏରେ ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣା ଘଟିଥିବା ଅରିଗୁନୋଭୋ ଗ୍ରାମବାସୀ କହିଛନ୍ତି ବିମାନଟି ଏକ ନିଆଁପିଣ୍ଡୁଳା ହୋଇ ଖସିପଡ଼ିଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ଏହା ଘଟିଥିବା ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର