ଚଳନ୍ତା ବସ୍‌ରେ ଚୁମ୍ବନ ଦେବାକୁ ମନା କରିବାରୁ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଏବଂ ତାଙ୍କ ପ୍ରେମିକାଙ୍କୁ ମାଡ଼ ମାରିଲେ ଯୁବକ

ନୂଆଦିଲ୍ଲୀ : ଲଣ୍ଡନରେ ଚଳନ୍ତା ବସ୍‌ରେ ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଏବଂ ତାଙ୍କ ପ୍ରେମିକାଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁହେଁ ବସ୍‌ରେ ଯାଉଥିବା ବେଳେ ଉପସ୍ଥିତ ଥିବା କିଛି ଯୁବକ ନିଜର ମନୋରଞ୍ଜନ ପାଇଁ ଦୁହିଁଙ୍କୁ ଚୁମ୍ବନ କରିବା ପାଇଁ କହିଥିଲେ । କିନ୍ତୁ ଦୁହେଁ ପରସ୍ପରକୁ ଚୁମ୍ବନ କରିବାକୁ ମନା କରିବାରୁ ଉପସ୍ଥିତ ଯୁବକ ଦୁଇ ଜଣଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ । ଘଟଣାଟି ମେ’ ୩୦ରେ ଘଟିଥିବା ବେଳେ ତାହା ଏବେ ସାମ୍ନାକୁ ଆସିଛି ।

The Sun

ସୂଚନା ମୁତାବକ, ୨୮ବର୍ଷୀୟ ମେଲାନିୟା ଗିୟୋମୋନଟ ଏବଂ ତାଙ୍କ ଆମେରିକୀ ପ୍ରେମିକା କ୍ରିଶ ଉରୁଗେ୍ଵରୁ େଓ୍ଵଷ୍ଟ ହାମ୍ପଷ୍ଟେଡ୍‌ ଆଡ଼କୁ ଯାଉଥିଲେ । ଦୁହେଁ ବସ୍‌ରେ ଏକା ଥିବା ବେଳେ ବସ୍‌ ପଛରେ ବସିଥିବା କିଛି ଯୁବକ ହଠାତ ଦୁହିଁଙ୍କୁ ଚୁମ୍ବନ ଦେବାକୁ କହିବା ଆରମ୍ଭ କରିଥିଲେ । ଗୁଣ୍ଡାଗର୍ଦି କରିବା ସହ ଆମକୁ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ମେଲାନିୟା ଏହାକୁ ବିରୋଧ କରିବା ପରେ ଅଭିଯୁକ୍ତମାନେ ମେଲାନିୟା ଏବଂ ତାଙ୍କ ଆମେରିକୀ ପ୍ରେମିକା କ୍ରିଶଙ୍କୁ ମାଡ଼ ମାରି ତାଙ୍କ ପାଖରେ ଥିବା ଜିନିଷ ଚୋରି କରି ସେଠାରୁ ଫେରାର ହୋଇ ଯାଇଥିଲେ । ମେଲାନିୟା ଏ ନେଇ ଫେସ୍‌ବୁକ୍‌ରେ ଲେଖି ପୋଷ୍ଟ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର