ଅଷ୍ଟ୍ରେଲିଆନ ବ୍ୟାଟ୍ ତିଆରି କମ୍ପାନି ବିରୋଧରେ ମାମଲା ରୁଜୁ କଲେ ସଚ୍ଚିନ ତେନ୍ଦୁଲକର, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆନ ବ୍ୟାଟ୍ ତିଆରି କରୁଥିବା କମ୍ପାନି ବିରୋଧରେ ମାମଲା ରୁଜୁ କରିଛନ୍ତି ଭାରତୀୟ କ୍ରିକେଟର ଲିଜେଣ୍ଡ ସଚ୍ଚିନ ତେନ୍ଦୁଲକର । ସଚ୍ଚିନଙ୍କ ନାଁ ଏବଂ ଫଟୋ ବ୍ୟବହାର କରି କମ୍ପାନି ନିଜ ଉତ୍ପାଦ ଜିନିଷଗୁଡ଼ିକ ବିକ୍ରି କରୁଥିବା ସହ ତାଙ୍କୁ ବାକି ୧୪କୋଟି ଟଙ୍କା ଦେଇ ନଥିବା ନେଇ ଅଭିଯୋଗ ଆଣିଛନ୍ତି ସଚ୍ଚିନ ।
Sambad is now on WhatsApp
Join and get latest news updates delivered to you via WhatsApp
ନିଉଜ ଏଜେନ୍ସି ରାୟଟର୍ସ ଦେଇଥିବା ସୂଚନା ମୁତାବକ, ସ୍ୱିଡ଼େନରେ ଥିବା କମ୍ପାନି ସ୍ପାର୍ଟନ ସ୍ପୋର୍ଟସ ଇଣ୍ଟରନ୍ୟାସନାଲ ବିରୋଧରେ ଜୁନ୍ ୫ରେ ଫେଡ଼େରାଲ କୋର୍ଟରେ ମାମଲା ରୁଜୁ କରାଯାଇଥିଲା । କମ୍ପାନି ପ୍ରଥମେ ସଚ୍ଚିନଙ୍କ ନାଁ ଏବଂ ଫଟୋ ନିଜର ଉତ୍ପାଦର ବିକ୍ରି ପାଇଁ ବ୍ୟବହାର କରିବାକୁ ବର୍ଷକୁ ୧ମିଲିୟାନ ଡଲାର ଦେବ ବୋଲି ପ୍ରତିଶୃତି ଦେଇଥିଲା । ଯାହା ପରେ ଲଣ୍ଡନ ଏବଂ ମୁମ୍ବାଇରେ ହୋଇଥିବା କମ୍ପାନିର ପ୍ରମୋସନାଲ ଇଭେଣ୍ଟରେ ସଚ୍ଚିନ ଭାଗ ନେଇଥିଲେ । କିନ୍ତୁ ୨୦୧୮ ପର୍ଯ୍ୟନ୍ତ ସଚ୍ଚିନଙ୍କୁ ପ୍ରତିଶୃତି ଅନୁଯାୟୀ କମ୍ପାନି ତରଫରୁ ଟଙ୍କା ଦିଆଯାଇ ନଥିଲା । ଯାହା ପରେ ପରେ ସଚ୍ଚିନ କମ୍ପାନିଠାରୁ ସମସ୍ତ ସଂପର୍କ ଛିନ୍ନ କରିବା ସହ ତାଙ୍କ ନାଁ ଏବଂ ଫଟୋ ବ୍ୟବହାର କରିବା ପାଇଁ ମନା କରି ଦେଇଥିଲେ । କିନ୍ତୁ ମନା କରିବା ସତ୍ତ୍ୱେ କମ୍ପାନି ସଚ୍ଚିନଙ୍କ ନାଁ ଏବଂ ଫଟୋ ବ୍ୟବହାର କରି ନିଜ ଉତ୍ପାଦର ପ୍ରମୋସନ କରିବା ବନ୍ଦ କରି ନଥିଲା । ଯାହା ପରେ ସଚ୍ଚିନ ଏବେ ବାଧ୍ୟ ହୋଇ ମାମଲା ରୁଜୁ କରିଛନ୍ତି ।