ବିବାଦରେ ‘ସାକ୍ରେଡ୍‌ ଗେମ୍ସ’

ନୂଆଦିଲ୍ଲୀ: ନେଟ୍‌ଫ୍ଲିକ୍ସର େଓ୍ଵବ୍‌ଭିତ୍ତିକ ଧାରାବାହିକ ‘ସାକ୍ରେଡ୍‌ ଗେମ୍‌ସ’କୁ ନେଇ ବିବାଦ ଦେଖାଦେଇଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଛି। କଂଗ୍ରେସର ଜଣେ ସମର୍ଥକ ରାଜୀବ ସିହ୍ନା କୋଲ୍‌କାତାର ଗିରୀଶ ପାର୍କ ପୁଲିସ ଷ୍ଟେସନ୍‌ରେ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି ଓ ନେଟ୍‌ଫ୍ଲିକ୍ସ ବିରୋଧରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଜୁଲାଇ ୬ରେ ଏହି ଧାରାବାହିକର ପ୍ରଥମ ଏପିସୋଡ୍‌ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର