ଏଣିକି ଟ୍ରେନ୍‌ରେ ମହିଳାଙ୍କ କମ୍ପାଟମେଣ୍ଟରେ ଲାଗିବ ଗେରୁଅା ରଙ୍ଗ, ଭୁଲରେ ବି ଏଥିରେ ଚଢ଼ିବେ ନାହିଁ ପୁରୁଷ

ମୁମ୍ବାଇ: ଟ୍ରେନ୍‌ରେ ମହିଳାଙ୍କ ସୁରକ୍ଷା ବଢ଼ାଇବା ପାଇଁ କେନ୍ଦ୍ରୀୟ ରେଲେଓ୍ଵ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛି। ରେଳବାଇର କହିବାନୁସାରେ, ଏଣିକି ଟ୍ରେନ୍‌ରେ ମହିଳା କମ୍ପାର୍ଟମେଣ୍ଟକୁ ଗେରୁଆ ରଙ୍ଗରେ ରଙ୍ଗାଯିବ। କାରଣ ଏହା ବୀରତା ଓ ସାହସର ପ୍ରତୀକ।

ଗୁରୁବାର ରେଳବାଇ ବୋର୍ଡ ଦ୍ୱାରା ଦାଖଲ କରାଯାଇଥିବା କନ୍‌ସେପ୍ଟ ନୋଟରେ ଏହି ପ୍ରସ୍ତାବନା ରହିଛି।  ରେଲେଓ୍ଵ ପ୍ରୋଟେକ୍‌ସନ୍‌ ଫୋର୍ସ (ଆରପିଏଫ)ର ଅତିରିକ୍ତ ମୁଖ୍ୟ ସିକ୍ୟୁରିଟି କମିସନର ପ୍ରଣବ କୁମାରଙ୍କ କହିବାନୁସାରେ, ‘ମହିଳାଙ୍କ ପାଇଁ ଆରକ୍ଷିତ କୋଚ ଓ କମ୍ପାଟମେଣ୍ଟର ବାହ୍ୟ ପାର୍ଶ୍ୱର ରଙ୍ଗ ଅନ୍ୟ କୋଚଠାରୁ ଭିନ୍ନ ରହିବା ଦରକାର । ଏଥିପାଇଁ ମହିଳାଙ୍କ କମ୍ପାଟମେଣ୍ଟର ରଙ୍ଗ .ଗେରୁଆ କରିବା ପାଇଁ ପ୍ରସ୍ତାବ ରଖାଯାଇଛି।’

କେନ୍ଦ୍ରୀୟ ରେଳବାଇ ମୁମ୍ବାଇ ଟ୍ରେନ୍‌ରେ ମହିଳାଙ୍କ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ଛଅଟି ନୂତନ ଉପାୟର ପ୍ରସ୍ତାବ ରଖିଛି। ଯେଉଁଥିରେ କମ୍ପାଟମେଣ୍ଟର ରଙ୍ଗ ପରିବର୍ତ୍ତନ କରାଯିବା ବି ସାମିଲ ରହିଛି। ‘ଗେରୁଆ’ ରଙ୍ଗ ସାହସ, ବୀରତା ଓ ବଳିଦାନକୁ ଦର୍ଶାଇ ଥାଏ। । ଯାହାକି ଭୁଲବଶତଃ ମହିଳାଯାତ୍ରୀଙ୍କ କୋଚରେ ପ୍ରବେଶ କରୁଥିବା ପୁରୁଷଙ୍କୁ  ସଚେତ କରାଇବ।

ଆରପିଏଫ ଅଧିକାରୀଙ୍କ ମୁତାବକ, ରେଲେଓ୍ଵ ବୋର୍ଡ ପ୍ରତ୍ୟେକ ରେଳରେ ଯାତ୍ରା କରୁଥିବା ମହିଳା ଓ ଶିଶୁଙ୍କୁ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଉପରେ ସୂଚନା ଦେବାକୁ କୁହାଯାଇଛି। ବୋର୍ଡ ଏଥିପାଇଁ ପ୍ରତ୍ୟେକ ଜୋନ୍‌ରେ ଗୋଟିଏ ଦିନର ସମୟ ଦେଇଛି। ବୋର୍ଡ ଏଥିସହିତ କିଛି ମତ ବି ମାଗିଛି, ଯାହାକି ରେଲେଓ୍ଵରେ ଆଗାମୀ ବର୍ଷ ଲାଗୁ କରାଯାଇ ପାରିବ। ରେଳବାଇ ବୋର୍ଡ ପକ୍ଷରୁ  ଏହି ନିଷ୍ପତ୍ତି ଗତ ଦୁଇ ମାସ ମଧ୍ୟରେ ମୁମ୍ବାଇରେ ଟ୍ରେନ୍‌ରେ ମହିଳାମାନଙ୍କ ସହିତ ଘଟୁଥିବା ଘଟଣାକୁ ଧ୍ୟାନରେ ରଖି ନିଆଯାଇଛି।

ସାଧାରଣତଃ ପୁରୁଷମାନେ ଭୁଲବଶତଃ ମହିଳାମାନଙ୍କ କମ୍ପାଟମେଣ୍ଟରେ ଚଢ଼ି ଯାଇଥାଆନ୍ତି। କାରଣ ପ୍ରତ୍ୟେକ କମ୍ପାଟମେଣ୍ଟର ରଙ୍ଗ ଏକା ଭଳି ରହିଥାଏ। ତେବେ ଏଭଳି ପରିସ୍ଥିତିରେ ପୁରୁଷମାନଙ୍କ ସହିତ ଯୁକ୍ତି କରିବା ଠିକ୍‌ ହୋଇ ନଥାଏ। ଏଥିପାଇଁ ମହିଳାମାନଙ୍କ କମ୍ପାଟମେଣ୍ଟକୁ ଭିନ୍ନ ରଙ୍ଗ କରିବାକୁ ଯୋଜନା କରାଯାଉଛି। ଯାହାଫଳରେ ପୁରୁଷ ଯାତ୍ରୀ ଭୁଲରେ ବି ମହିଳା କମ୍ପାଟମେଣ୍ଟରେ ଚଢ଼ିବେ ନାହିଁ।

ସମ୍ବନ୍ଧିତ ଖବର