ଅନ୍ଧ ଭକ୍ତି : ଗେରୁଆ ରଙ୍ଗ ଲଗାଯାଇଥିବାରୁ ମନ୍ଦିର ବୋଲି ଭାବି ପୂଜା କରୁଥିଲେ ଲୋକେ, ପରେ ସାମ୍ନାକୁ ଆସିଲା ସତ

ହାମିରପୁର(ଉତ୍ତରପ୍ରଦେଶ) : ଭଗବାନଙ୍କ ପାଇଁ ଭକ୍ତି ରହିବା ଭଲ । କିନ୍ତୁ ଭକ୍ତି କରିବାକୁ ଯାଇ ଅନ୍ଧ ହୋଇଯିବା ଆଦୌ ଠିକ୍‌ ନୁହେଁ । କିଛି ସେଭଳି ଘଟଣା ଉତ୍ତରପ୍ରଦେଶର ହାମିରପୁର ଜିଲ୍ଲାରେ ଘଟିଛି । ଏଠାରେ ଲେକେ ଶୌଚାଳୟକୁ ମନ୍ଦିର ଭାବି ପୂଜା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶୌଚାଳୟ ବାହାରେ ଗେରୁଆ ରଙ୍ଗ ଲଗାଯାଇଥିବା ଦେଖି ଲୋକେ ମନ୍ଦିର ବୋଲି ଭାବି ନେଇଥିଲେ । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ମୁର୍ଖାମୀ ଓ ଅନ୍ଧ ଭକ୍ତିର ନାଁ ଦେଇଛନ୍ତି ।

saffron toilet
indiatimes.com

ମିଳିଥିବା ସୂଚନା ମୁତାବକ, ଗାଁରେ ତିଆରି ହୋଇଥିବା ଶୌଚାଳୟର ଆକାର ଟିକେ ମନ୍ଦିର ଭଳି ଲାଗୁଥିବା ସହ ବାହାରର ରଙ୍ଗ ଗେରୁଆ ଥିଲା । କେବଳ ଏହି ଦୁଇଟି ଜିନିଷ ଦେଖି ଲୋକେ ଏହାକୁ ମନ୍ଦିର ଭାବି ନେଇଥିଲେ । କବାଟ ବନ୍ଦ ଥିବା ବେଳେ ଭିତରେ କିଛି ଭଗବାନଙ୍କ ମୂର୍ତ୍ତି ଅଛି କି ନାହିଁ, ଜାଣିବାକୁ ଚେଷ୍ଟା ନ କରି ଲୋକେ ବାହାରେ ପୂଜାପାଠ କରିବା ଆରମ୍ଭ କରି ଦେଇଥିଲେ । ଲୋକଙ୍କ ଏଭଳି କାମ ଦେଖି ଶୌଚାଳୟ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀ ଲୋକଙ୍କ ଭ୍ରମ ଦୂର କରିଥିଲେ । ଯାହା ପରେ ଲୋକେ ତାହା ମନ୍ଦିର ନୁହେଁ ବରଂ ଶୌଚାଳୟ ବୋଲି ଜାଣିବାକୁ ପାଇଥିଲେ । ଲୋକଙ୍କ ମଧ୍ୟରେ ଏଭଳି ଭ୍ରମ ସୃଷ୍ଟି ହେଉଥିବାରୁ ପରେ ଶୌଚାଳୟର ରଙ୍ଗ ଗୋଲାପି କରି ଦିଆଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର