ବିଶ୍ୱରେ ପ୍ରଥମ: ନାଗପୁର ବାଘ ସାହେବରାଓ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇ ଲାଗିବ କୃତ୍ରିମ ପାଦ

ନାଗପୁର: ଶନିବାର ଦିନ ଅସ୍ତ୍ରୋପଚାର କରାଯାଇ ନାଗପୁରର ୯ ବର୍ଷିୟ ବାଘ ସାହେବରାଓ ବାମ ପଟ ଆଗ ଗୋଡ଼ରେ କୃତ୍ରିମ ପାଦ ଲଗାଯିବ।

ବିଶ୍ୱର ପ୍ରଥମ ବୋଲି କୁହାଯାଉଥିବା ଏହି ଅସ୍ତ୍ରୋପଚାରେ ଅସ୍ଥିଶଲ୍ୟ ସର୍ଜନ୍‌ ଶୁଶ୍ରୁତ ବାଭୁଲ୍‌କର, ପ୍ରାଣୀ ଚିକିତ୍ସକ ଶିରିଷ ଉପାଧ୍ୟାୟ, ମହାରାଷ୍ଟ୍ର ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଡାକ୍ତରୀ କର୍ମଚାରୀ, ଆଇଆଇଟି-ବମ୍ବେର ବନ୍ୟପ୍ରାଣୀ ଗବେଷଣା ଓ ତାଲିମ କେନ୍ଦ୍ରର ବିଶେଷଜ୍ଞ ଏବଂ ଲିଡ୍‌ସ୍‌ ବିଶ୍ୱବିଦ୍ୟାଳୟର ଡାକ୍ତର ପିଟର୍‌ ଜିଆନୋଡିସ୍‌ ଭାଗ ନେଉଛନ୍ତି।

ଗୋରେଓ୍ଵାଡ଼ା ରେସ୍କ୍ୟୁ ସେଣ୍ଟର୍‌ରେ ଏହି ଅସ୍ତ୍ରୋପଚାର କରାଯିବ।

Image Source: The Times of India

ମହାରାଷ୍ଟ୍ର ବନ ବିକାଶ ନିଗମର କର୍ମଚାରୀମାନେ ମଧ୍ୟ ଅସ୍ତ୍ରୋପଚାର ସମୟରେ ଉପସ୍ଥିତ ରହିବେ। ଆଗରୁ କୁକୁର ଓ ହାତୀମାନଙ୍କ କ୍ଷେତ୍ରରେ ଏ ଭଳି ଅସ୍ତ୍ରୋପଚାର କରାଯାଇଛି।

୨୦୧୨ ମସିହା ଏପ୍ରିଲ୍‌ ୨୬ ତାରିଖ ଦିନ ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ ତଡ଼ୋବା-ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ବାହାରେ ଶିକାରୀମାନେ ବସାଇଥିବା ଯନ୍ତାରେ ପଡ଼ି ସାହେବରାଓ ତା’ର ପାଦ ହରାଇଥିଲା।

ତା’ର ଗୋଡ଼ରେ ଅସ୍ତ୍ରୋପଚାର କରାଯାଇ ପାଦ ଲଗାଇବା ନିମନ୍ତେ ଗତ ଦୁଇ ବର୍ଷ ହେବ ଉଦ୍ୟମ ଚାଲିଥିଲା।

ସମ୍ବନ୍ଧିତ ଖବର