ଅମିତ ଶାହାଙ୍କ ସହ ନାଗରିକତା ଆଇନ ସଂପର୍କରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଲେ ସାହିନବାଗ ଆନ୍ଦୋଳନକାରୀ

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ନାଗରିକତା ଆଇନ ସଂପର୍କରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ସାହିନବାଗ ଆନ୍ଦୋଳନକାରୀ । ସେମାନେ ଆସନ୍ତା କାଲି ଅମିତ ଶାହାଙ୍କୁ ତାଙ୍କ ବାସଭବନରେ ଭେଟିବାକୁ ଅନୁରୋଧ କରିଛନ୍ତି । ତେବେ ଆସନ୍ତା କାଲି  ଏପରି କୌଣସି ବୈଠକ ପାଇଁ ସମୟ ଦିଆଯାଇନାହିଁ ବୋଲି ଅମିତ ଶାହାଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡ଼ିଛି । ଗତ ଗୁରୁବାରଦିନ ଶାହା କହିଥିଲେ ଯେ ଯିଏ ବି ନାଗରିକତା ଆଇନ ସଂପର୍କରେ ଜାଣିବାକୁ ଚାହିଁବ ସେ ତାଙ୍କୁ ଭେଟିବେ । ଏହା ପରେ ସାହିନବାଗ ଆନ୍ଦୋଳନକାରୀମାନେ ଏହି ପ୍ରସ୍ତାବ ଦେଇଛନ୍ତି । ଆସନ୍ତା କାଲି ସେମାନେ ନିଜର ଦାବିପତ୍ର ନେଇ ଶାହାଙ୍କ ବାସଭବନକୁ ଯିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ ଭାରତର ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । ଏହାକୁ ବିରୋଧ କରି ଗତ ଡିସେମ୍ବର ୨ୟ ସପ୍ତାହରୁ ଦିଲ୍ଲୀର ସାହିନବାଗଠାରେ ଆନ୍ଦୋଳନ କରାଯାଉଛି ।

ସମ୍ବନ୍ଧିତ ଖବର