କୃଷ୍ଣସାର ଶିକାର ମାମଲା: ସଲ୍‌ମାନ୍‌ ଖାଁ ଦୋଷୀ ସାବ୍ୟସ୍ତ, ୫ ବର୍ଷ ଜେଲ ଓ ୧୦,୦୦୦ ଜରିମାନା

ଯୋଧପୁର: ୧୯୯୮ ମସିହା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲ୍‌ମାନ୍‌ ଖାଁ’ଙ୍କୁ ଯୋଧପୁର କୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିଲାଗି ତାଙ୍କୁ ଅଦାଲତ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। ବର୍ତ୍ତମାନ ସଲମାନ୍ ଖାନଙ୍କୁ ଅଦାଲତରୁ ସିଧା ଯୋଧପୁର ସେଣ୍ଟ୍ରାଲ୍ ଜେଲକୁ ନିଆଯିବ।

ଏହି ମାମଲାରେ ସମ୍ପୃକ୍ତ ସଲ୍‌ମାନ୍‌, ସୈଫ୍‌, ତବୁ, ନୀଲମ୍‌, ସୋନାଲି ବେନ୍ଦ୍ରେ ଆଦି ଅଦାଲତରେ ହାଜର ହୋଇଥିଲେ। ରାୟ ଶୁଣାଇ ଅଦାଲତ ସଲ୍‌ମନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ଚାରିଜଣଙ୍କୁ ଦୋଷମୁକ୍ତ କରିଛନ୍ତି।

ସଲ୍‌ମନ୍‌ ଖାଁ’ଙ୍କୁ ବନ୍ୟଜନ୍ତୁ ନିରାପତ୍ତା ଆଇନ୍‌ ଧାରା ୯ ଓ ୫୧ ଅନୁସାରେ ଚାର୍ଜ କରାଯାଇଥିଲା। ବାକି ଅନ୍ୟମାନଙ୍କୁ ସେହି ଏକା ସେକ୍‌ସନ୍‌ରେ ଚାର୍ଜ କରାଯାଇଥିଲେ ମଧ୍ୟ ବେଆଇନ ମାରଣାସ୍ତ୍ର ରଖିବା ମାମଲା .କେବଳ ସଲମାନଙ୍କ ନାମରେ ଥିଲା।

ସଲ୍‌ମନ୍‌ ଖାଁ’ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ଅଦାଲତଙ୍କ ପାଖରେ ବହୁ ପ୍ରମାଣ ଥିଲା। ସେ ୧୯୯୮ ମସିହା ଅକ୍ଟୋବର ୨ ତାରିଖ ଦିନ ଯୋଧପୁର ଠାରେ ‘ହମ୍‌ ସାଥ୍‌ ସାଥ୍‌ ହୈ’ ଚଳଚ୍ଚିତ୍ର ସୁଟିଙ୍ଗ୍‌ ସମୟରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
ଗୋଟାଏ କଳା ସାର୍ଟ ଏବଂ ଫେଡେଡ୍‌ ଡେନିମ୍‌ ଜିନ୍‌ସ୍‌ ପିନ୍ଧି ଅଦାଲତରେ ହାଜର ହୋଇଥିଲେ।

ସମ୍ବନ୍ଧିତ ଖବର