ସଲମାନଙ୍କୁ ମିଳିଲା ଜାମିନ୍‌, ସନ୍ଧ୍ୟା ସୁଦ୍ଧା ଜେଲରୁ ବାହାରକୁ ଆସିବେ

ଯୋଧପୁର: ସଲମାନ୍‌ ଖାନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହେବା ପରେ ଶନିବାର ଅପରାହ୍ନ ୩ଟାରେ ତାଙ୍କୁ ଜାମିନ୍‌ ମିଳିଛି। ସନ୍ଧ୍ୟା ସୁଦ୍ଧା ସେ ଜେଲରୁ ବାହାରକୁ ଆସିବେ ବୋଲି ସୂଚନା ମିଳିଛି।

ଆଜି ପୂର୍ବାହ୍ନ ୧୧ଟା ପରେ ଯୋଧପୁର ସେସନ୍‌ସ କୋର୍ଟରେ ଅଭିନେତା ସଲମାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ଆରମ୍ଭ ହୋଇଥିଲା। ଶୁଣାଣି ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ ଓ ଅପରାହ୍ଣ ୨ଟା ପରେ ରାୟ ଅାସିବ ବୋଲି କୁହାଯାଇଥିଲା।

ଉଲ୍ଲେଖଯୋଗ୍ୟ, ୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତ ଗୁରୁବାର  ଯୋଧପୁର ସେସନ୍‌ସ କୋର୍ଟ ଅଭିନେତା ସଲମାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ପାଇଁ କାରାଦଣ୍ଡାଦେଶର ଶୁଣାଣି କରିଥିଲେ। ଯୋଧପୁର ସେଣ୍ଟ୍ରାଲ୍‌ ଜେଲରେ ଦୁଇଦିନ ରହିବା ପରେ ସଲମାନଙ୍କୁ ଆଜି ଜାମିନ୍‌ ମିଳିଛି। ଖୁବ୍‌ ଶୀଘ୍ର ସେ ଜେଲରୁ ବାହାରକୁ ଆସିବେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କମାନେ ଖୁବ୍‌ ଖୁସି ହୋଇଯାଇଛନ୍ତି। ସଲମାନଙ୍କୁ ଭେଟିବା ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର